ହାଇକୋର୍ଟ ପାଇଁ ୬୮ଟି ନୂଆ ବିଚାରପତିଙ୍କ ନାମ ପ୍ରସ୍ତୁତ କଲା ସୁପ୍ରିମ କୋର୍ଟ କଲେଜିୟମ, ବାର ରୁ ୪୪ ଆଉ ୧୦ ମହିଳା ବିଚାରପତି
ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଆହ୍ଲାବାଦ, ରାଜସ୍ଥାନ ଏବଂ କୋଲକାତା ସମେତ ୧୨ ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ୬୮ଜଣଙ୍କ ନାମ ସୁପାରିଶ କରାଯାଇଛି । ଏହିସବୁ ହାଇକୋର୍ଟରେ ଜଜ୍ ଙ୍କ ଅଭାବ ଥିବାରୁ ଏହି ନିଷ୍ପତି ନିଆଯାଇଛି । ତେବେ ଏହି ୬୮ଟି ନୂଆ ବିଚାରପତିଙ୍କ ମଧ୍ୟରେ ମହିଳା ବିଚାରପତି ବି ସାମିଲ ରହିଛନ୍ତି ।
ସୁତ୍ରରୁ ପ୍ରକାଶ ଯେ, ପ୍ରଧାନ ବିଚାରପତି ରମଣ, ବିଚାରପତି ୟୁ.ୟୁ ଲଳିତ ଏବଂ ବିଚାରପତି ଏ.ଏମ୍ ଖାନବିଲକର୍ ଭ୍କ ତିନି ସଦସ୍ୟ ବିଶିଷ୍ଟ କଲେଜିୟମ୍ ରେ ପୁଣିଥରେ ଇତିହାସ ରଚିଛନ୍ତି । ଏହା ବ୍ୟତୀତ ମାରଲୀ ୱାକୁଙ୍ଗ ମିଜୋରାମ ରୁ ପ୍ରଥମ ଏପରି ଅଧିକାରୀ ହୋଇଛନ୍ତି ଯାହାଙ୍କୁ ଗୌହାଟି ହାଇକୋର୍ଟକୁ ଜଜ୍ ହିସାବରେ ପଠାଯାଇଥିଲା । ସେ ଅନୁସୁଚିତ ଜନଜାତିରୁ ଆସିଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ମହିଳା ବିଚାରପତିଙ୍କ ନାମ ରହିଛି ।
କଲେଜିୟମ୍ ପକ୍ଷରୁ ଅଗଷ୍ଟ ୨୫ ଓ ସେପ୍ଟେମ୍ବର ୧ ତାରିଖରେ ବସିଥିବା ଏକ ବୈଠକରେ ହାଇକୋର୍ଟର ବିଚାରପତିଙ୍କ ପଦୋନ୍ନତି ପାଇଁ ୧୧୨ ଜଣଙ୍କୁ ମନୋନୀତ କରାଯାଇଥିଲା । କିନ୍ତୁ ସେମାନଙ୍କଧ୍ଧ୍ରୁ ୬୮ ଜଣଙ୍କ ନାମ ହାଇକୋର୍ଟ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏଥିରେ ବାର୍ ରୁ ୪୪ ଜଣ ଓ ୨୪ ଜଣ ନ୍ୟାୟିକ ସେବାରୁ ରହିଛନ୍ତି ।
ସୂଚନାଯୋଗ୍ୟ, ଯଦି ଏହି ନାମଗୁଡିକ କେନ୍ଦ୍ର ଦ୍ୱାରା ଅନୁମୋଦିତ ହୁଏ, ତେବେ ଏହି ବିଚାରପତିମାନେ ଆହ୍ଲାବାଦ, ରାଜସ୍ଥାନ, କଲିକତା, ଝାଡଖଣ୍ଡ, ଜମ୍ମୁ କାଶ୍ମୀର, ମଦ୍ରାସ, ପଞ୍ଜାବ-ହରିୟାଣା, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ଛତିଶଗଡ ଏବଂ ଆସାମ ହାଇକୋର୍ଟରେ ନିଯୁକ୍ତ ହେବେ। କୋର୍ଟ ଏଥିମଧ୍ୟରୁ ୧୬ ଜଣ ବିଚାରପତି ଆହ୍ଲାବାଦ ହାଇକୋର୍ଟରେ ନିଯୁକ୍ତ ହେବେ ଯେଉଁଠାରେ ମୋଟ ୧୬୦ ଜଣ ବିଚାରପତି ରହିବା ଉଚିତ । କିନ୍ତୁ ବର୍ତ୍ତମାନ ସେଠାରେ ୯୩ ଜଣ ବିଚାରପତି ଅଛନ୍ତି।