ମୁଖ୍ୟମନ୍ତ୍ରୀଙ୍କୁ ଏପରି କହିଲେ ସୁର ରାଉତରାୟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ରାଜନୀତ ମଇଦାନ ଚଳଚଞ୍ଚଳ ହୋଇଉଠିଛି । ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି କରୁଛି । ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଥିଲା । ଏବେ ନେତାମାନଙ୍କୁ ଦାୟିତ୍ୱ ବଣ୍ଟା ଯାଉଛି । ପ୍ରଥମେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ମିଶ୍ର, ସାରଦା ନାୟକଙ୍କୁ ପର୍ୟ୍ୟବେକ୍ଷକ ଭାବେ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା ।ଗତକାଲି ଆଉ ୧୨ଜଣ ନେତାଙ୍କୁ ବିଭିନ୍ନ ବ୍ଲକ ଓ ଝାରସୁଗୁଡା ମ୍ୟୁନିସିପାଲିଟି ଦାୟିତ୍ୱ ଦିଆଯାଇଛି ।

କିନ୍ତୁ ଆଶ୍ଚର୍ୟ୍ୟର ବିଷୟ ହେଉଛି, ପଶ୍ଚିମ ଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂଙ୍କ ଦେଖା ମିଳୁନି । ଝାରସୁଗୁଡା ଉପନିର୍ବାଚନ ପାଇଁ ଦାୟିତ୍ୱରୁ ବିଜେଡି ଟିମରୁ ସୁଶାନ୍ତ ସିଂ ବାଦ ପଡିଛନ୍ତି । ଏ ପ୍ରସଙ୍ଗରେ ଆଜି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ସୁଶାନ୍ତ ସିଂଙ୍କୁ ବାଦ ଦିଆଯାଇଛି । ନବୀନ ପଟ୍ଟନାୟକ କାହାର ନୁହଁନ୍ତି, ସେ ସୁଶାନ୍ତଙ୍କୁ କେମିତି ଛାଡିବେ ବୋଲି ପ୍ରଶ୍ନ କରିଛନ୍ତି ।

ଦିଲ୍ଲୀପ ରାୟ,ବିଜୟ ମହାପାତ୍ର,ନଳୀନି ମହାନ୍ତି ଭଳି ଲୋକଙ୍କୁ କାଢିଛନ୍ତି । ନବଦାସ ହତ୍ୟାକାଣ୍ଡରେ ତାଙ୍କର ସମୃକ୍ତି ଅଛି ବୋଲି ସୁଶାନ୍ତ ସିଂଙ୍କୁ ବାଦ ଦିଆଗଲା । ସୁଶାନ୍ତ ଜଣେ ଟାଣୁଆ ନେତା,ତାଙ୍କୁ ଦାୟିତ୍ୱ ନ ଦେବା କାଢିବା ମାନେ ସେ ଦୋଷୀ ସାବ୍ୟସ୍ତ । ଲୋକଙ୍କ ଆକ୍ରୋଶରୁ ବଞ୍ଚିବାକୁ ସୁଶାନ୍ତ ସିଂଙ୍କୁ କାଢିଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ ।

Leave A Reply

Your email address will not be published.