ଓଡ଼ିଆ ନ୍ୟୁଜ୍: ସୁସ୍ଥ ହୋଇ ଭୁବନେଶ୍ବର ଫେରିଲେ ମନ୍ତ୍ରୀ ସୁରେଶ ପୂଜାରୀ।ଦିଲ୍ଲୀ ଏମ୍ସରୁ ଚିକିତ୍ସିତ ହୋଇ ଫେରିଲେ ସୁରେଶ ପୂଜାରୀ। ଅସୁସ୍ଥତା ଯୋଗୁଁ ଗତ ୫ ତାରିଖରୁ ଦିଲ୍ଲୀରେ ଥିଲେ। କିଛି ଦିନ ତଳେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ତାଙ୍କୁ ପ୍ରଥମେ ଭୁବନେଶ୍ବର ଏମ୍ସ ଏବଂ ପରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ସେଠାରେ ଚିକିତ୍ସା ଏବେ ସେ ଭୁବନେଶ୍ବର ଫେରିଛନ୍ତି। ରାଜସ୍ବ ମନ୍ତ୍ରୀ ସୋମବାର ରାଜ୍ୟସଭା ନିର୍ବାଚନରେ ମଧ୍ୟ ଭୋଟ ଦେବେ ବୋଲି ଜଣାପଡ଼ିଛି।
ସୂଚନାଥାଉକି, ମାର୍ଚ୍ଚ ୩ ତାରିଖ ଦିନ ହଠାତ୍ ମନ୍ତ୍ରୀ ସୁରେଶ ପୂଜାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।ଏହାପରେ ତୁରନ୍ତ ରାଜସ୍ୱ ମନ୍ତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଉନ୍ନତ୍ତ ଚିକିତ୍ସା ଲାଗି ମାର୍ଚ୍ଚ ୫ ତାରିଖରେ ସୁରେଶ ପୂଜାରୀଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା ।
କରୋନାରୀ ଆର୍ଟେରୀ ଡିଜିଜ୍ ଓ ଟ୍ରିପଲ ଭେସେଲ୍ ଡିଜିଜରେ ଆକ୍ରାନ୍ତ ହୋଇଥିବାରୁ ଦିଲ୍ଲୀ ଏମ୍ସରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଥିବା ମଧ୍ୟ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ବିଶିଷ୍ଠ ଡାକ୍ତର ହୃଦରୋଗ ବିଶେଷଜ୍ଞ ଡାକ୍ତର ଏକେ ବିଶୋଇ ରାଜସ୍ୱ ମନ୍ତ୍ରୀଙ୍କ ଅସ୍ତ୍ରୋପଚାର କରିଥିଲେ ।