ଓଡ଼ିଆ ନ୍ୟୁଜ୍: ମୋନ୍ଥା’ ଦ୍ବାରା ୩୩ ବ୍ଲକ୍, ୧୧ ସହରାଞ୍ଚଳ ପ୍ରଭାବିତ।ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା।‘ଗଜପତି ଗୋଷାଣୀ ନୂଆଗାଁ ବ୍ଲକ୍ରେ ସର୍ବାଧିକ ୧୫୦ ମିମି ବର୍ଷା ହୋଇଛି’।‘୫୬ଟି ବ୍ଲକ୍ରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି’।‘୩୬୨ ଫ୍ରି’ କିଚେନ୍ରେ ୧୮,୭୬୨ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି’।
କାଲିଠାରୁ ବିଭିନ୍ନ ବିଭାଗ କ୍ଷୟକ୍ଷତି ଆକଳନ କରିବେ’।‘କିଛି ସ୍ଥାନରେ ଘର କ୍ଷତି ହେବାର ସୂଚନା ମିଳିଛି’।‘ରିପୋର୍ଟ ଆସିବା ମାତ୍ରେ ସରକାର କ୍ଷତିପୂରଣ ଦେବେ’। ମୋଟ୍ ୧୯ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲେ’। ‘୨୧୯୮ ଆସନ୍ନ ପ୍ରସବାଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା’।‘ଭଗବାନଙ୍କ ଆଶୀର୍ବାଦରୁ ପ୍ରକୋପ ଅଧିକ ହେଲା ନାହିଁ’।ଓଡ଼ିଶା ସୀମା ଛୁଇଁ ବାତ୍ୟା ପଳାଇଗଲା।