୮ ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି: ସୁରେଶ ପୂଜାରୀ

0

ଓଡ଼ିଆ ନ୍ୟୁଜ୍: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ‘ବାତ୍ୟା’ ସମୀକ୍ଷା। SRCଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା।୮ ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି କହିଲେ ମନ୍ତ୍ରୀ।ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ରେଡ୍‌ ଜୋନ୍‌।ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ରେଡ୍‌ ଜୋନ୍‌।ଖୋର୍ଦ୍ଧା, ପୁରୀ, ନୟାଗଡ଼ ପରି ଜିଲ୍ଲା ପ୍ରଭାବିତ ହୋଇପାରେ।ଭଦ୍ରକ, ଜଗତସିଂହପୁର ମଧ୍ୟ ପ୍ରଭାବିତ ହୋଇପାରେ।କେବଳ ରେଡ୍‌ ନୁହେଁ, ସମସ୍ତ ପ୍ରକାର ୱାର୍ଣ୍ଣିଂ ପାଇଁ ସଜାଗ କରୁଛୁ।

ବଙ୍ଗୋପସାଗର ଭିତରୁ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବା ସାମୁଦ୍ରିକ ବାତ୍ୟାର ମୁକାବିଲା ପାଇଁ ଓଡ଼ଶା ସରକାର ପ୍ରସ୍ତୁତି କରିଛନ୍ତି। ବାତ୍ୟା ଏବେ ସ୍ଥଳଭାଗ ଠାରୁ ୯୩୦ କିଲୋମିଟର ଦୂରରେ ଥିବା ବେଳେ ଏହା ଘଣ୍ଟା ପିଛା ୬ କିଲୋମିଟର ବେଗରେ ଗତି କରୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆନ୍ଧ୍ରପ୍ରଦେଶର ମଛଲିପାଟନମ ଏବଂ କଳିଙ୍ଗପାଟଣା ମଝିରେ ଏହା ସ୍ଥଳଭାଗ ସ୍ପର୍ଶ କରିବ। ଓଡ଼ିଶାରେ ବାତ୍ୟାର ପ୍ରଭାବ ନରହିଲେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ଲୋକଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.