ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବେଳେ ଦେଲେ ସୂଚନା। ବିଭିନ୍ନ ନଦୀରେ ଜଳସ୍ତର କମୁଛି, ପାଣି କମିବା ପରେ କ୍ଷୟକ୍ଷତି ଆକଳନ।ରିଲିଫ କେନ୍ଦ୍ରମାନଙ୍କରୁ ଲୋକେ ଫେରିବା ଆରମ୍ଭ କଲେଣି’ ସାପ କାମୁଡ଼ା ଭୟ ଥିବାରୁ ଇଞ୍ଜେକ୍ସନ ସ୍ବାସ୍ଥ୍ୟ କେନ୍ଦ୍ରରେ ମହଜୁଦ ରହିଛି।କେବଳ ବାଲେଶ୍ବର ଜିଲ୍ଲାର ୨ଟି ବ୍ଲକ୍କୁ ଛାଡ଼ି ଅନ୍ୟ ସ୍ଥାନରେ ସମସ୍ୟା ନାହିଁ।
ରାଜ୍ୟର ବିଭିନ୍ନ ନଦୀରସ୍ଥିତି ଉପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପଚାରି ବୁଝିଛିl ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୂରଭଂଜ ଓ କେଉଁଝର ଦୁଇଟି ଜିଲ୍ଲା ରେଡ ଆଲର୍ଟରେ ଥିଲା। ହେଲେ ତାହା ବର୍ତ୍ତମାନ ବିପଦ ମୁକ୍ତ ରହିଛିl ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାର ଜଳପତ୍ତନ କମିବା ଆରମ୍ଭ ହେଲାଣି। ରିଲିଫ କେନ୍ଦ୍ରରୁ ଲୋକେ ଫେରିବା ଆରମ୍ଭ କଲେଣି l ଏଥର ଏହି ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ଆକଳନ ହେବ ଓ ଇନ୍ ପୁଟ ସବସିଡି ପ୍ରଦାନ କରାଯିବ।