ଘଟଣା ପଛରେ ଯିଏ ବି ଥିବେ କାର୍ଯ୍ୟାନୁଷ୍ଠାନ ହେବ: ସୁରେଶ ପୂଜାରୀ

0

ଓଡ଼ିଆ ନ୍ୟୁଜ୍:ବାଲେଶ୍ବର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସନ୍ଧ୍ୟା ପରେ ବଡ଼ ନିଷ୍ପତ୍ତି।ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିବା ପରେ ନିଷ୍ପତ୍ତି ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣା ସରକାରଙ୍କୁ ବ୍ୟଥିତ କରିଛି। ବହୁ କଷ୍ଟ ଦେଇଛି। ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡ଼ିବ ସରକାର ତାହା କରିବେ। ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀଙ୍କ ଉପସ୍ଥିତରେ ରାଜ୍ୟ ସରକାର ସ୍ଥିତିର ସମୀକ୍ଷା କରିଛନ୍ତି।

ବାଲେଶ୍ବର ଏଫ୍‌ଏମ୍‌ କଲେଜର କେବଳ ବିଭାଗୀୟ ମୁଖ୍ୟ କି ଅଧକ୍ଷ ନୁହନ୍ତି, ଝିଅ ଜୀବନ ହାରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେକୌଣସି ବ୍ୟକ୍ତି ବି ତଦନ୍ତର ପରିସରରକୁ ଆସିବେ। ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିଲା ପରେ ସନ୍ଧ୍ୟା ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ। ପୀଡ଼ିତାଙ୍କୁ ନ୍ୟାୟ ଦେବା ସରକାରଙ୍କ ଏକ ମାତ୍ର ଲକ୍ଷ୍ୟ।

Leave A Reply

Your email address will not be published.