ସୀମାବର୍ତ୍ତୀ ଗାଁରେ ଜମି ବନ୍ଦୋବସ୍ତ କରିବେ ସରକାର

0

ଓଡ଼ିଆ ନ୍ୟୁଜ୍: ସୀମା ବର୍ତ୍ତୀ ଗାଁ ରେ ଜମି ବନ୍ଦୋବସ୍ତ କରିବେ ସରକାର | କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ର 4 ଟି ଓ ସିମିଲିଗୁଡା ତହସିଲର ଗୋଟିଏ ଗାଁ ରେ ହେବ ଜମି ମାପଚୁପ | ବରାବନ୍ଧ, ମତଲମ୍ବା, ମାଳିପୁଟ, ମାଲକାରବନ୍ଦା ପଟ୍ଟାଙ୍ଗି ତହସିଲ ର ଓ ସିମିଲିଗୁଡା ତହସିଲ ର ଉପର କାଣ୍ଟି ଗାଁ ରେ ଜମି ବନ୍ଦୋବସ୍ତ କରାଯିବ | ଜମି ମାପଚୁପ ସହ ପଟ୍ଟା ସଂଶୋଧନ ହେବ | ପଟ୍ଟାଙ୍ଗି ବ୍ଲକ ର କୋଟିଆ କୁ ନେଇ ଲାଗିରହିଛି ବିବାଦ | ସିମବର୍ତ୍ତୀ ଗାଁ ରେ ରାଜ୍ୟସରକାର ଘରୋଇ ଓ ସରକାରି ଜମିର ସୀମା ନିର୍ଦ୍ଧାରଣ କରିବାକୁ ରାଜସ୍ବ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି | ସ୍ୱତନ୍ତ୍ର ସର୍ଭେ ଓ ସେଟେଲମେଣ୍ଟ ଆଇନ 2012 ଅନୁସାରେ କୋରାପୁଟ ଜିଲ୍ଲା ର 5 ଟି ଗାଁ ରେ ଜମିର ସ୍ଥିତି ଓ ଅବସ୍ତିତ ଜାଣିବେ ସରକାର।

ସୀମାବର୍ତ୍ତୀ ଗାଁରେ ରାଜ୍ୟସରକାର ଘରୋଇ ଓ ସରକାରୀ ଜମିର ସୀମା ନିର୍ଦ୍ଧାରଣ କରିବାକୁ ରାଜସ୍ବ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ସ୍ୱତନ୍ତ୍ର ସର୍ଭେ ଓ ସେଟେଲମେଣ୍ଟ ଆଇନ ୨୦୧୨ ଅନୁସାରେ କୋରାପୁଟ ଜିଲ୍ଲାର ୫ଟି ଗାଁରେ ଜମିର ସ୍ଥିତି ଓ ଅବସ୍ଥିତି ଜାଣିବେ ସରକାର।

Leave A Reply

Your email address will not be published.