କ୍ୟାମ୍ପସରେ ଆତ୍ମହତ୍ୟା ରୋକିବାକୁ ଜିଲା ହେଡକ୍ବାଟରରେ ‘ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ୍: କ୍ୟାମ୍ପସରେ ଆତ୍ମହତ୍ୟା ରୋକିବାକୁ ସରକାରଙ୍କ ଉଦ୍ୟମ। ଲୋକସେବା ଭବନରେ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ।ଜୀବନ ଜିନ୍ଦାବାଦ ନାମରେ କାର୍ଯ୍ୟକ୍ରମ ହାତକୁ ନେବେ ସରକାର।ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ।ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଉପସ୍ଥିତ।ସେପ୍ଟେମ୍ବର ୧୦ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗମାନେ ସାମିଲ ହେବେ।

୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ। ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଏହା ଆୟୋଜିତ ହେବ।ଏହି ଅବସରରେ ବାଣୀବିହାର ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି,ଏନେଇ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଣଛାତ୍ର ହୁଅନ୍ତୁ କିମ୍ବା ଶୈଖିକ ବାତାବରଣ ରଖୁ ନଥିବା ଯେ, କୌଣସି ବ୍ୟକ୍ତି ବିଶେଷ ହୁଅନ୍ତୁ ସେମାନଙ୍କ ଉପରେ ବିଧି ଅନୁସାରେ, ବିଶ୍ୱ ବିଦ୍ୟାଳୟର ନିୟମ ଅନୁସାରେ ଯାହା ଆବଶ୍ୟକ ତାହା କରାଯିବ।

Leave A Reply

Your email address will not be published.