ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହଟିଲା ସସପେନ୍ସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହଟିଲା ସସପେନ୍ସ । ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଉଜୈନ ବିଧାୟକ ହେଉଛି ମୋହନ ଯାଦବ । ଏଥରକୁ ମିଶାଇ ୩ ଥର ବିଧାୟକ ହେଲେଣି ମୋହନ । ଦଳର ଅନ୍ୟତମ ବରିଷ୍ଠ ନେତା ଭାବେ ମଧ୍ୟ ୫୮ ବର୍ଷୀୟ ମୋହନ ଯାଦବ ବେଶ ପରିଚିତ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚାରେ ନଥିଲେ ।

ସୋମବାର ବିଧାୟକ ଦଳ ବୈଠକରେ ଦକ୍ଷିଣ ଉଜୈନରୁ ବିଧାୟକ ମୋହନ ଯାଦବଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ଜଗଦୀଶ ଦେୱଡ଼ା ଓ ରାଜେନ୍ଦ୍ର ଶୁକ୍ଲା ଉପମୁଖ୍ୟମନ୍ତ୍ରୀ ହେବେ । ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନରେନ୍ଦ୍ର ସିଂ ତୋମାରଙ୍କୁ ବାଚସ୍ପତି କରାଯାଇଛି । ସୂଚନା ଅନୁସାରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ନାଁ ପଦ ପାଇଁ ମୋହନ ଯାଦବଙ୍କ ନାଁର ପ୍ରସ୍ତାବ ବିଧାୟକ ଦଳ ବୈଠକରେ ରଖିଥିଲେ । ୫୮ ବର୍ଷୀୟ ମୋହନ ଯାଦବ ତୃତୀୟ ଥର ପାଇଁ ବିଧାୟକ ହୋଇଛନ୍ତି ।

ସେ ୨୦୧୮ରେ ଶିବରାଜ ସିଂ ସରକାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ହୋଇଥିଲେ । ଦକ୍ଷିଣ ଉଜୈନରୁ ବିଜେପି ବିଧାୟକ ମୋହନ ଯାଦବଙ୍କୁ ସଂଘର ଅତି ନିକଟତର କୁହାଯାଏ । ସେ ସଂଘର ଅନେକ ପଦରେ ଦୀର୍ଘ ବର୍ଷ ଧରି କାମ କରିସାରିଛନ୍ତି । ଏହାସହ ସେ ବିଦ୍ୟାର୍ଥୀ ପରିଷଦରେ ମଧ୍ୟ ସେ ନିଜ ସେବା ପ୍ରଦାନ କରିସାରିଛନ୍ତି ।

ସେପଟେ ଛତିଶଗଡ଼ ଭଳି ମଧ୍ୟପ୍ରଦେଶରେ ମଧ୍ୟ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ବୋଲି ମଧ୍ୟ ଜଣାପଡ଼ିଛି । ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡ଼ା ଉପମୁଖ୍ୟମନ୍ତ୍ରୀ ହେବେ । ସେହିଭଳି ବାଚସ୍ପତି ହେବେ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ।

Leave A Reply

Your email address will not be published.