ଡାହାଣୀ ସନ୍ଦେହ ରେ ଭାଉଜ କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ଦିଅର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡାହାଣୀ ସନ୍ଦେହ ରେ ଭାଉଜ କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ଦିଅର | ଘଷିପୁରା ଥାନା ଖାଲପାଳ ପଞ୍ଚାୟତ ପାତନା ଗାଁରେ ଡାହାଣୀ ସନ୍ଦେହ ରେ ମହିଳା ଙ୍କୁ ହତ୍ୟା କଲା ନିଜ ଦିଅର। ହତ୍ୟା ପରେ ଦୈତାରୀ ଥାନା ରେ ଆତ୍ମସମର୍ପଣ କଲା ଅଭିଯୁକ୍ତ।

ସୂଚନା ଅନୁଯାୟୀ ପାତନା ଗାଁର ସିଦ୍ଧ ମୁର୍ମୁ ଙ୍କ ପତ୍ନୀ ସୀତା କୁ ଆଜି ଦିନ ଏଗାର ଟା ସମୟରେ ସିଦ୍ଧ ଙ୍କ ସାନଭାଇ ଗଙ୍ଗା ଏକ ଟାଙ୍ଗିଆ ରେ ହାଣି ହତ୍ୟା କରିଛି। କିଛି ଦିନ ତଳେ ଗଙ୍ଗାର ସ୍ତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ତା ଭାଉଜ ସୀତା ଗୁଣି ଗାରେଡି ଓ ଡାହାଣୀ କରୁଥିବା ନେଇ ସନ୍ଦେହ କରିଥିଲା।

ଗଙ୍ଗା ର ଛୁଆ ଙ୍କ ଦେହ ମଧ୍ୟ ଖରାପ ହେଉଥିବା ବେଳେ ଭାଉଜ ସୀତା କୁ ରାସ୍ତାରୁ ହଟାଇ ଦେବାର ସୁଯୋଗ ଖୋଜୁଥିବା ବେଳେ ଆଜି ଘରେ କେହି ନଥିବାରୁ ସୀତା କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଥିଲା ଗଙ୍ଗା। ହତ୍ୟା ପରେ ଦୈତାରୀ ଥାନାରେ ଆତ୍ମସମର୍ପଣ କରିବା ପରେ ଦୈତାରୀ ଥାନାରୁ ଖବର ପାଇ ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମ଼ତଦେହ ଜବଦ କରିକର ତଦନ୍ତ ଆରମ୍ବ କରିଛି।

Leave A Reply

Your email address will not be published.