୨୮.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ରାଜ୍ୟର ପ୍ରମୁଖ ସ୍ୱୟଂଶାସିତ ମହାବିଦ୍ୟlଳୟ ମଧ୍ୟରୁ ଜଗତସିଂହପୁର ଏସଭିଏମ କଲେଜ ଅନ୍ୟତମ l ଏହି କଲେଜରେ ପୁଣି ଦେଖିବାକୁ ମିଳିଛି ଅନିୟମିତତା l 2015 -16 ବ୍ୟାଚ ରେ ଅନୁମୋଦିତ ସିଟ ଠାରୁ ଅଧିକପିଲା ନାମ ଲେଖାହୋଇଛି l ତାହାପୁଣି ଅଫ୍ ଲାଇନ ରେ ଏଭଳି ଅନିୟମିତତା କରିଥିବା ସେତେବେଳର ନାମଲେଖା ଦାୟିତ୍ୱରେ ଥିବା କଲେଜର ଅଧ୍ୟାପକ ଡ଼. ଧିରେନ ମହାନ୍ତି ଏବଂ ଦୁଇଜଣ ଡାଟାଏଣ୍ଟ୍ରି ଅପରେଟର ପ୍ରଦିତ ଜେନା ଓ ବିଜ୍ଞାନ ମିହିର ମହାନ୍ତି l କଲେଜରେ ନାମଲେଖାକୁ ନେଇ ଅଭିଯୋଗ ଆସିବାପରେ ଉଚ୍ଚଶିକ୍ଷl ଵିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଇଥିଲା l ଏଥିରେ ବ୍ୟାପକ ଅନିୟମିତତା ହୋଇଛି ଜାଣିବାପରେ l ରିପୋର୍ଟ କୁ ଆଧାର କରି ଉଚ୍ଚଶିକ୍ଷl ବିଭାଗ ଅଧ୍ୟାପକ ଡ. ମହାନ୍ତି ଙ୍କ ଦରମା ବନ୍ଦ କରିବାସହ କାରଣ ଦର୍ଶାଅ ନୋଟିସ ଜାରିକରିଛନ୍ତି ଏବଂ ଦୁଇ ଅପରେଟରଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି I