ଅଚ୍ୟୁତାନନ୍ଦଙ୍କ ଜନ୍ମ ସ୍ୱନକ୍ଷତ୍ର ବା ଜନ୍ମଦିବସ ମହୋତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଚ୍ୟୁତାନନ୍ଦଙ୍କ ଜନ୍ମ ସ୍ୱନକ୍ଷତ୍ର ବା ଜନ୍ମଦିବସ ମହୋତ୍ସବ | ଆଜି ହେଉଛି ପଞ୍ଚଦଶ ଶତାଦ୍ଧି ର ବରେଣ୍ୟ ସାଧକ ମାଳିକା ସ୍ରଷ୍ଟା ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଜନ୍ମ ସ୍ଵର୍ଣାକ୍ଷତ୍ର ମହୋତ୍ସବ ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମାଘ ଶୁକ୍ଳ ଏକାଦଶୀ ଅବସରରେ ନେମାଳ ପଦ୍ମବନ ପୀଠ ଉତ୍ସବମୁଖର ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁସନ୍ଥ ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ସମେତ ଶ୍ରଦ୍ଧାଳୁମାନେ ଯୋଗ ଦେଇଛନ୍ତି। ପୀଠ ଚତୁଃପାର୍ଶ୍ଵରେ ଅଷ୍ଟ ପ୍ରହରୀ ବ୍ୟାପୀ ନାମଯଜ୍ଞ, ଚାଲିଛି। ଏହି ଅବସରରେ । ବେଢ଼ା ଚତୁଃପାର୍ଶ୍ବ ଫୁଲ ଓ ଆଲୋକରେ ସଜ୍ଜିତ କରାଯାଇଚି।

ପ୍ରାପ୍ତ ରୁ ବିଭିନ୍ନ ନୀତି କାନ୍ତି ସହ ମହାପୁରୁଷ ଙ୍କ ପୀଠ ରେ ପୂଜା ଲାଗି ହେଉଥିବା ଥିବା ବେଳେ ପ୍ରଶାସନ ଟ୍ରଷ୍ଟ ତରଫରୁ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥି ପାଇ ସମସ୍ତ ବ୍ୟବସ୍ଥା କରାଯାଇ ଅଛି । ଆଜିର ଦିନରେ ଜଗନ୍ନାଥ ଙ୍କୁ ଦର୍ଶନ କରିବା ଠାରୁ ପଦ୍ମବନ ପୀଠ ରେ ଶ୍ରୀ ଅଚ୍ୟୁତାନନ୍ଦ ଙ୍କୁ ଦର୍ଶନ କଲେ କୋଟି ଜନ୍ମ ର ପୁଣ୍ୟ ଲାଭ ହୁଏ ବୋଲି କୁହନ୍ତି ସେବାୟତ ଓ ଭକ୍ତମାନେ ।

Leave A Reply

Your email address will not be published.