କଟକ: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟରେ ସ୍ୱିଗ ଡେଲିଭରି ବଏଙ୍କ ମରଶରୀର ଠାବ, ତଦନ୍ତ କରୁଛି ପୋଲିସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ସକାଳୁ କଟକ ଜିଲ୍ଲା ନାରାଜରେ ଅବସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟରେ ସ୍ୱିଗ ଡେଲିଭରି ବଏଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ହତ୍ୟାକାଣ୍ଡ କି ରାସ୍ତା ଦୁର୍ଘଟଣା ଘଟିଛି ତାହା ସନ୍ଦେହ କରୁଛି ପୋଲିସ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି କମିଶନରେଟ ପୋଲିସ।

ଗତ କାଲି ରାତିରୁ ଏକ ମିସିଙ୍ଗ କେଶ କରିଥିଲେ ପରିବାର ଲୋକ ମାର୍କତ ନଗର ଥାନାରେ କରିଥିଲେ। ମୃତ୍ୟୁକଙ୍କ ନାମ ନିରାକlର ବେତାଳ। ସ୍ବିଗିରେ ଖାଦ୍ୟ ଡେଲିଭରି ଦେବାକୁ ଯାଉଥିବା ବେଳେ ଘଟିଛି ଏହି ଘଟଣା।  ପ୍ରାଥମିକ ତଦନ୍ତରୁ ଜଣା ପଡୁଛି କି ଏକ ବଡ଼ ଦୁର୍ଘଟଣା ଘଟି ନିରାକାର ଙ୍କର ମୃତ ଘଟିଛି। ଏପଟେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ ପଠାଇଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣା ପଡିବ ମୃତ୍ୟୁର କାରଣ କଣ।

Leave A Reply

Your email address will not be published.