ଓଡ଼ିଆ ନ୍ୟୁଜ୍: ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ଭାରତର ରନ୍ ବର୍ଷା।ଅଭିଷେକ ଶର୍ମା, ସୁଞ୍ଜୁ ସାମସନ, ଇଶାନ କିଶନ ଓ ଶିବମ ଦୁବେ କିୱି ବୋଲରଙ୍କୁ ଜବରଦସ୍ତ ଧୁଲେଇ କରି ୨୫୫ ରନର ବିଶାଳ ସ୍କୋର ଛିଡ଼ା କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ପ୍ରତିପକ୍ଷ ଉପରେ ବିଶାଳ ସ୍କୋର ଚାପ ରହିବା ସହିତ ମ୍ୟାଚ୍ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୫୬ ରନ କରିବାକୁ ପଡ଼ିବ। ଆଜିର ମ୍ୟାଚ୍ରେ ଭାରତ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୮୯ ରନ୍ କରିଥିବା ବେଳେ ଅଭିଷେକ ଶର୍ମା ୫୨ ଇଶାନ କିଶନ ୫୪ ରନ୍ ଓ ଶିବମ ଦୁବେ ୮ ବଲ୍ରେ ବିସ୍ଫୋରକ ୨୬ ରନ୍ କରିଛନ୍ତି। ଫଳରେ ଭାରତ ୫ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୫୫ ରନ୍ କରିଛି।
ଆଜିର ମ୍ୟାଚ୍ରେ କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ଟସ୍ ହାରିବା ପରେ ବି ତାଙ୍କ ମନବଳ ମଜଭୁତ ରହିଥିଲା। ଅନ୍ୟପଟେ ନ୍ୟୁଜିଲାଣ୍ଡ ଫାଇନାଲ ଫାଇଟ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବିସ୍ଫୋରକ ଷ୍ଟାର୍ଟ ଦେଇଥିଲା।