ଭାରତର କ୍ରମାଗତ ବିଜୟ

0

ଓଡ଼ିଆ ନ୍ୟୁଜ୍: ଟି ୨୦ ବିଶ୍ବକପ: ନାମିବ୍ୟାକୁ ୯୩ ରନ୍‌ରେ ହରାଇଲା ଭାରତ। କ୍ରମାଗତ ଦ୍ବିତୀୟ ମ୍ୟାଚରେ ବିଜୟ ହାସଲ କଲା ଭାରତ।୨୧୦ ରନ ଲକ୍ଷ୍ୟର ପିଛା କରି ନାମିବ୍ୟା ୧୧୬ରେ ଅଲଆଉଟ୍।ବରୁଣ ଚକ୍ରବର୍ତ୍ତୀଙ୍କୁ ୩, ହାର୍ଦ୍ଦିକ ଓ ଅକ୍ଷରଙ୍କୁ ୨ଟି ଲେଖାଏଁ ୱିକେଟ। ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ଅର୍ଦ୍ଧଶତକ।ଟି ୨୦ ବିଶ୍ବକପ ଇତିହାସରେ ଭାରତର କ୍ରମାଗତ ଦଶମ ବିଜୟ। ରବିବାର କଲମ୍ବୋରେ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ ମ୍ୟାଚ୍।

ଏହି ମ୍ୟାଚରେ ନାମିବ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରିବାକୁ ଆସିବା ପରେ ସଞ୍ଜୁ ସାମସନ୍ ଏବଂ ଇଶାନ କିଶନ୍ ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ସାମସନ୍ ୮ ବଲରୁ ୨୨ ରନ୍ କରିଥିଲେ । ଇଶାନ୍ କିଶନ୍ ୨୪ ବଲରୁ ୬୧ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୫୨ ରନର ଦ୍ରୁତ ଇନିଂସ ଖେଳି ଭାରତକୁ ୨୦୯ ରନରେ ପହଞ୍ଚାଇଥିଲେ। ଭାରତର ଶେଷ ପାଞ୍ଚଟି ୱିକେଟ୍ ମାତ୍ର ୧୧ ବଲ୍ ମଧ୍ୟରେ ପଡ଼ିଯାଇଥିଲା । ଆଜିର ମ୍ୟାଚ ଇଶାନ କିଶନ ୨୦ ବଲରୁ ଅର୍ଦ୍ଧଶତକ କରି ବଡ଼ ରେକର୍ଡ କରିଛନ୍ତି । ଟି-୨୦ ବିଶ୍ବକପ୍ ଇତିହାସରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ କରିବାରେ ସେ ଦ୍ବିତୀୟ କ୍ରିକେଟର ହୋଇଛନ୍ତି ।

Leave A Reply

Your email address will not be published.