ପଡ଼ିଲା ହାତଗଣ୍ଠି…ସାତ ଜନ୍ମର ସାଥୀ ହେଲେ ବିଜୟ-ରଶ୍ମିକା

0

ଓଡ଼ିଆ ନ୍ୟୁଜ୍: ଉଦୟପୁରରେ ପଡ଼ିଲା ହାତଗଣ୍ଠି। ସାତ ଜନମର ସାଥୀ ହେଲେ ବିଜୟ-ରଶ୍ମିକା। ଦୀର୍ଘ ଦିନର ଚର୍ଚ୍ଚା ଓ ପ୍ରତୀକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସାଉଥ ସୁପରଷ୍ଟାର୍‌ ବିଜୟ ଦେବରକୋଣ୍ଡାଏବଂ ରଶ୍ମିକା ମନ୍ଦାନା। ଆଜି ଏହି ବହୁଚର୍ଚ୍ଚିତ ବିବାହ ସମ୍ପନ୍ନ ହେବା ପରେ ସୋସିଆଲ ମିଡିଆରେ ସେମାନଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି।ବିଗତ ଦିନରେ ନିଜ ସମ୍ପର୍କକୁ ନେଇ କେବେ ବି ମୁହଁ ଖୋଲି ନ ଥିଲେ ଏହି ଯୋଡ଼ି। ହେଲେ ବିବାହ ପରେ ପରସ୍ପର ପାଇଁ ସେମାନେ ଲମ୍ବା ପୋଷ୍ଟ ଲେଖିଛନ୍ତି। ରଶ୍ମିକା ଲେଖିଛନ୍ତି “ମୋ ସ୍ବାମୀ ମିଷ୍ଟର୍‌ ବିଜୟ ଦେବରକୋଣ୍ଡାଙ୍କୁ ଭେଟନ୍ତୁ। ସେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମୋତେ ପ୍ରକୃତ ପ୍ରେମ ଓ ଶାନ୍ତିର ଅନୁଭବ କରାଇଛନ୍ତି। ସେ ମୋତେ ବଡ଼ ସ୍ବପ୍ନ ଦେଖିବାକୁ ଏବଂ ନିଜ ଉପରେ ବିଶ୍ୱାସ କରିବା ଶିଖାଇଛନ୍ତି। ସତରେ କହିବାକୁ ଗଲେ, ମୁଁ ତାଙ୍କ ଉପରେ ଗୋଟିଏ ପୂରା ବହି ଲେଖିପାରିବି।”

ଅପରପକ୍ଷେ ବିଜୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଦିନେ ମୁଁ ତାଙ୍କୁ ଏତେ ମିସ୍‌ କଲି ଯେ ମୋତେ ଅନୁଭବ ହେଲା ଯଦି ସେ ମୋ ସାଥିରେ ଥାନ୍ତେ, ତେବେ ମୋର ପ୍ରତିଟି କାମ ଆହୁରି ସୁନ୍ଦର ହୋଇଥାନ୍ତା। ମୋତେ ଘର ଭଳି ଶାନ୍ତି ଅନୁଭବ କରିବା ପାଇଁ ତାଙ୍କର ଆବଶ୍ୟକତା ଥିଲା। ତେଣୁ ମୁଁ ମୋର ସବୁଠାରୁ ଭଲ ସାଙ୍ଗକୁ ନିଜର ପତ୍ନୀ କରିନେଇଛି।ଉଭୟଙ୍କ ପୋଷ୍ଟ ପରେ ପ୍ରଶଂସକମାନେ ଏହି ନବ ଦମ୍ପତିଙ୍କୁ ଶୁଭେଚ୍ଛାରେ ପୋତି ପକାଉଛନ୍ତି। ଏହି ଷ୍ଟାର୍‌ ଯୋଡ଼ିଙ୍କ ଫଟୋ ଏବେ ଇଣ୍ଟରନେଟ୍‌ରେ ବେଶ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.