ଓଡ଼ିଆ ନ୍ୟୁଜ୍: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ୟାଙ୍କର୍।୫୩ ନଂ ଏନ୍ଏଚ୍ ବରଗଡ଼-ସମ୍ବଲପୁର ରାସ୍ତାରେ ଜଳିଗଲା।ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ସୂଚନା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର।ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ରବିବାର ସକାଳୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି।
ବିଶାଖାପାଟଣାରୁ ଝାରସୁଗୁଡ଼ା ବେଦାନ୍ତ ଫ୍ୟାକ୍ଟ୍ରିକୁ ଯାଇଥିବା ଆଲୁମିନିୟମ ବୋଝେଇ ଟ୍ୟାଙ୍କରରେ ଶଟ୍ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ନିଜର ଜୀବନ ବଞ୍ଚାଇବା ସହିତ ଗ୍ରାମବାସୀଙ୍କ ସହାୟତା ଲୋଡ଼ିଥିଲେ।ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ସଙ୍ଗେ ସଙ୍ଗେ ଅତାବିରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।