ଓଡ଼ିଆ ନ୍ୟୁଜ୍: କରଞ୍ଜିଆ କିଆ ଗାଁରେ ଘୂର୍ଣ୍ଣିଝଡ଼ ତାଣ୍ଡବ; ୨ ମୃତ।ହଠାତ୍ ପବନରେ ଉଡ଼ିଲା ଖପର ଘର; ୭୦ରୁ ଊର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ। ୨୦ରୁ ଊର୍ଦ୍ଧ୍ବ ଆହତ, ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ।ଭୟଙ୍କର ପବନରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ।ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ବି ପବନରେ ଫିଙ୍ଗି ହୋଇ ପଡ଼ିଲା।ପବନରେ ଉଡ଼ି ଏକ ଅଟୋ ପୋଖରୀରେ ପଡ଼ିଥିବା ସୂଚନା।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ର ତିନୋଟି ଗାଁରେ କାଳବୈଶାଖୀ ତାଣ୍ଡବ ରଚିଛି । କିଆ, ପାଣପୋଷି, ମେଣ୍ଢାଶିଙ୍ଗା ଗାଁରେ କାଳବୈଶାଖୀ ଘରଦ୍ବାର ଭାଙ୍ଗିବା ସହ ଅଘଟଣ ଘଟାଇଛି । ହଠାତ୍ ପବନ ମାଡ଼ିଆସିବା ସହ ଓ କୁଆ ପଥର ମାଡ଼ ହୋଇଥିଲା । ଯାହା ଫଳରେ ଏହି ତିନୋଟି ଗାଁରେ ପ୍ରାୟ ଶହେରୁ ଅଧିକ ଘର ଭାଙ୍ଗିଯାଇଥିବା ଜଣାପଡିଛି । ଏହାସହ ପ୍ରବଳ ପବନରେ କଙ୍କଡା ଗାଁ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଉଡାଇ ନେଇ ପୋଖରୀ ଭିତରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ଯାଉଥିବା ଏକ ବାଇକ୍ ଓ ସ୍କୁଟରକୁ ମଧ୍ୟ ଉଡ଼ାଇ ନେଇ ଫିଙ୍ଗି ଦେଇଥିବା ଜଣାପଡିଛି । ତେବେ ଘୂର୍ଣ୍ଣିଝଡ଼ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।
ସେପଟେ ଘୂର୍ଣ୍ଣିଝଡ଼ରେ ୨ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା।ଦୁଃଖପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା ନେଇ ଜିଲ୍ଲାପାଳଙ୍କ ସୂଚନା।ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।