ତରୁଆଁ ମା ମଙ୍ଗଳା କ୍ରିକେଟ ଟୁନାମେଣ୍ଟ ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ତରୁଆଁ ପଞ୍ଚାୟତର ବଣିଆପଶି ଗ୍ରାମରେ ଚାଲିଥିବା ଦଶମ ବାର୍ଷିକ ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏହି ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିବାବେଳେ ଫାଇନାଲରେ ବାପୁଜୀ ସ୍ପୋର୍ଟିଙ୍ଗ୍ କ୍ଲବ, ହାତୀବାରୀ ଓ ଯାଜପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରି ଯାଜପୁର ନିର୍ଦ୍ଧାରିତ ୨୦ ଓଭର ରେ ୭ ୱିକେଟ ହରାଇ ୧୯୪ ରନ୍ କରିଥିଲେ। ଜବାବରେ ହାତୀବାରି ୮ ୱିକେଟ ହରାଇ ୧୯୫ ରନ୍ ସଂଗ୍ରହ କରି ବିଜୟୀ ହୋଇଛି। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘଷିପୁରାବିଧାୟକ ବଦ୍ରିନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନସାଂସଦଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ଘସିପୁରା ବ୍ଳକ୍ ପୂର୍ବତନ ଅଧ୍ୟକ୍ଷଦେବାଶିଷପାତ୍ର,ବ୍ଲକ୍ ଅଧ୍ଯକ୍ଷା ସୁଜାତା ସାହୁ, ତରୁଆଁ ସରପଞ୍ଚ ରଶ୍ମିରଞ୍ଜିତା ବେହେରା,ଶାଳଦେଇ ସମବାୟ ସମିତି ସଭାପତି ବଶ୍ଵରଞ୍ଜନ ବେହେରା, ତରୁଆଁ ପଞ୍ଚାୟତବିଜେଡି ସଭାପତି ସୁରେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ମଦନ ମୋହନ ନାୟକ,ଗଡବାନ୍ଧଗୋଡ଼ା ପୂର୍ବତନ ସରପଞ୍ଚ ଶୁଶାନ୍ତ ବିଶ୍ଵାଳ ଯୋଗଦେଇ ଚାମ୍ପିଅନ ଓରନର୍ସ ଅଫ୍ ଦଳକୁ ପୁରସ୍କୃତ କରିଥିଲେ।

ମ୍ୟାନ ଅଫ୍ ଦ ମ୍ୟାଚ୍ ହାତୀବାରିଏକାଦଶ ରୁଦ୍ର ନାରାୟଣ ରାଉତ, ମ୍ୟାନ ଅଫ୍ ଦ ସିରିଜ୍ ଯାଜପୁରର ପିତାମ୍ବର ରାଉତ ହୋଇଥିଲେ। ଦେବେନ୍ଦ୍ର ଚକ୍ର, କଳାକାର ଘଡେଇ ମ୍ୟାଚ୍ ପରିଚାଳନାକରିଥିଲେ। ସୁଶାନ୍ତ ସା ଧାରାବିବରଣୀ ଦେଇଥିଲେ। ସନ୍ତୋଷ ଘଡେଇ, ଅଶ୍ବିନୀଜେନା, ଦେବାଶିଷ ଦାସ ସ୍କୋରର ଥିଲେ। ବଣିଆପଶି ଗ୍ରାମର ମା’ ମଙ୍ଗଳା କ୍ରିକେଟ କ୍ଲବ୍‌ର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହ‌ଯୋଗ କରିଥିଲେ।

Leave A Reply

Your email address will not be published.