ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ

0

ଓଡ଼ିଆ ନ୍ୟୁଜ୍: ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ। ରାତି ୧ଟା ୩୦ରେ ଇଲାମାଞ୍ଚିଲି ଷ୍ଟେସନରେ ଅଘଟଣ । ଏକ୍ସପ୍ରେସ୍‌ଟି ବିଶାଖାପାଟଣାରୁ ଦୁଭାଦାକୁ ଯାଉଥିଲା। ଟ୍ରେନର ଦୁଇଟି କୋଚରେ ଲାଗିଥିଲା ନିଆଁ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂର ୟାଲାମଞ୍ଚିଲିରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା। ପ୍ରାୟ ୧୨.୪୫ ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଧିକାରୀମାନେ କହିଛନ୍ତି, “। ଯେତେବେଳେ ଟ୍ରେନରେ ନିଆଁ ଲାଗିଥିଲା, ସେତେବେଳେ ଗୋଟିଏ ବଗିରେ ୮୨ ଜଣ ଥିବା ବେଳେ ଅନ୍ୟ ବଗିରେ ୭୬ ଜଣ ଯାତ୍ରୀ ଥିଲେ।

କିନ୍ତୁ ବଗି B1ରୁ ଜଣକର ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଚନ୍ଦ୍ରଶେଖର ସୁନ୍ଦରମ୍ ବୋଲି ଚିହ୍ନଟ କରାଯାଇଛି।”ଟ୍ରେନରେ ନିଆଁ ଲାଗିବା ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ଘଣ୍ଟାର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। କ୍ଷତିଗ୍ରସ୍ତ ଦୁଇଟି ବଗିକୁ ଟ୍ରେନରୁ ଅଲଗା କରାଯାଇଛି। ଅଗ୍ନିକାଣ୍ଡରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି। ହେଲେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.