ଓଡ଼ିଆ ନ୍ୟୁଜ୍: ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ। ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏହି ଟେଷ୍ଟ ସିରିଜ ନଭେମ୍ୱର ୧୪ରୁ ଆରମ୍ଭ ହେବ । ଇଂଲଣ୍ଡରେ ଆହତ ହୋଇଥିବା ରିଷଭ ପନ୍ତ ଟିମକୁ ଫେରିଛନ୍ତି । ସେହିପରି ଦ୍ରୁତ ବୋଲର ଆକାଶ ଦୀପ ମଧ୍ୟ ଆହତ ପରେ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
କିନ୍ତୁ ସବୁଠୁ ବଡ଼ କଥା ହେଉଛି, ପୁଣି ଥରେ ମହମ୍ମଦ ଶାମିଙ୍କୁ ଟିମରେ ସ୍ଥାନ ମିଳିପାରି ନାହିଁ । ଘରୋଇ ସିରିଜରେ ଶାମିଙ୍କ ପ୍ରଦର୍ଶନ ଓ ଟିମ୍ ସିଲେକ୍ସନକୁ ନେଇ ନିକଟରେ ବାକ୍ ଯୁଦ୍ଧ ପରେ ଅନୁମାନ କରାଯାଉଥିଲା ଯେ ଶାମିଙ୍କୁ ସୁଯୋଗ ମିଳିପାରେ । କିନ୍ତୁ ଟିମରେ ସୁଯୋଗ ମିଳିପାରି ନାହିଁ । ଟେଷ୍ଟ ସିରିଜର ପ୍ରଥମ ମୁକାବିଲା କୋଲକାତାର ଇଡନ ଗାର୍ଡନ୍ସରେ ନଭେମ୍ୱର ୧୪ରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ନଭେମ୍ୱର ୨୨ରେ ଗୌହାଟୀରେ ଖେଳାଯିବ ।