ଓଡ଼ିଆ ନ୍ୟୁଜ୍: କ୍ରାସ୍ ହେଲା ବାୟୁସେନାର ଯୁଦ୍ଧ ବିମାନ ‘ତେଜସ୍’। ଦୁବାଇ ଏୟାର୍ ସୋ’ରେ କ୍ରାସ୍ ହେଲା ତେଜସ୍।ଆକାଶରେ ରଣକୌଶଳ ଦେଖାଇବା ବେଳେ ଦୁର୍ଘଟଣାଗ୍ରସ୍ତ।ହଠାତ୍ ନିୟନ୍ତ୍ରଣ ହରାଇ ତଳେ ପଡ଼ିଗଲା ତେଜସ୍। ତେଜସ୍’ କ୍ରାସ୍; ପାଇଲଟଙ୍କ ମୃତ୍ୟୁ। ଦୁଃଖ ପ୍ରକାଶ ସହ କୋର୍ଟ ଅଫ୍ ଇନକ୍ବାରୀ ନିର୍ଦ୍ଦେଶ ଦେଲା ବାୟୁ ସେନା।
ଏହି ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ତେଜସ୍ ଜେଟ୍ ଆକାଶରେ ବିମାନ ଖେଳୁଛି ଏବଂ ହଠାତ୍ ତଳକୁ ଖସିପଡ଼ୁଛି ଓ ଏକ ବଡ଼ ବିସ୍ଫୋରଣ ହେଉଛି । ଏହାକୁ ଦେଖି ଦର୍ଶକମାନେ ସ୍ତବ୍ଧ ହୋଇଯାଇଥିଲେ ।
ଚିନ୍ତାଜନକ କଥା ହେଉଛି ପାଇଲଟ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଭିଡିଓରେ ମଧ୍ୟ ପାଇଲଟ ବାହାରି ଆସିଥିବା ଦେଖାଯାଉନଥିଲା । ଏଣୁ ସେ ମୃତ୍ୟୁବରଣ କରିଥିବା ସଂଦେହ କରାଯାଉଥିଲା । ଏବେ ତାହା ସ୍ପଷ୍ଟ ହୋଇଛି ।