ହଟିଲା ତେଲଙ୍ଗାନା ଡିଜିପିଙ୍କ ନିଲମ୍ବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତର ନିର୍ବାଚନ କମିଶନ ତେଲେଙ୍ଗାନା ଆଇପିଏସ୍ ଅଧିକାରୀ ତଥା ପୂର୍ବତନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନୀ କୁମାରଙ୍କ ଉପରେ ଲଗାଇଥିବା ନିଲମ୍ବନ ଆଦେଶକୁ ହଟାଇ ଦେଇଛନ୍ତି । ଡିସେମ୍ବର ୩ ତାରିଖରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଞ୍ଜନୀଙ୍କୁ ସସପେଣ୍ଡ କରିଥିଲେ ନିର୍ବାଚନ କମିଶନ।ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ପରେ, କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ଅଞ୍ଜନୀ କୁମାର । ଆଉ କେବେ ଏଭଳି ହେବ ନାହିଁ ବୋଲି ସେ ନିର୍ବାଚନ କମିଶନଙ୍କୁ ଆଶ୍ୱାସନା ଦେଇଥିଲେ । ଅଞ୍ଜନୀଙ୍କ ଆବେଦନ ଉପରେ ବିଚାର କରିବା ପରେ କମିଶନ ନିଲମ୍ବନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିିର୍ବାଚନ କମିଶନ ନିଲମ୍ବନ ଆଦେଶ ପ୍ରତ୍ୟାହାର ସଂପର୍କରେ ତେଲେଙ୍ଗନା ସରକାରଙ୍କୁ ସୂଚନା ଦେଇଛନ୍ତି ।

ଡିସେମ୍ବର 3 ତାରିଖରେ ତେଲଙ୍ଗାନା ବିଧାନସଭା ଭୋଟ୍ ଗଣତି ଚାଲିଥିଲା। ଏହି ସମୟରେ ରେବନ୍ଥ ରେଡ୍ଡୀ କାମାରେଡ୍ଡୀ ଆସନରୁ ବହୁ ମତରେ ଆଗେଇ ଚାଲିଥିଲେ। ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ନିର୍ବାଚନ ଲଢୁଥିଲେ। କିନ୍ତୁ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଡିଜିପି ଅଞ୍ଜନୀ ରେବନ୍ଥ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ଭେଟି ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ।

ସୋଶାଲ ମିଡିଆରେ ଫଟୋ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତତକ୍ଷଣାତ ଅଞ୍ଜନୀଙ୍କୁ ନିଲମ୍ବନ କରିଥିଲେ।  ପ୍ରକାଶ ଥାଉ କି ପରବର୍ତ୍ତୀ ସମୟରେ ଏହି ଆସନରୁ କଂଗ୍ରେସର ରେବନ୍ଥ ରେଡ୍ଡୀ ଏବଂ ବିଆରଏସର କେସିଆରଙ୍କୁ ପଛରେ ପକାଇ ବିଜେପି ବାଜିମାତ୍ କରି ନେଇଥିଲେ। ବର୍ତ୍ତମାନ ରେବନ୍ଥ ରେଡ୍ଡୀ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Leave A Reply

Your email address will not be published.