ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ଡହଡହ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ୱର। ତାପମାତ୍ରାରେ ଆଜି ରେକର୍ଡ ସୃଷ୍ଟି କରିଛି ବାରିପଦା ସହର । ପ୍ରଥମ ଥର ପାଇଁ ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଏହା ଚଳିତ ବର୍ଷର ସର୍ବାଦିକ ତାପମାତ୍ରା ଭାବେ ରେକର୍ଡ ହୋଇଛି । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ରାଜ୍ୟର ଅନ୍ୟ କିଛି ସହରରେ ତାପମାତ୍ରା ୪୦ ପାଖାପାଖି ପହଞ୍ଚିଛି । କିନ୍ତୁ ବାରିପଦାରେ ଅସହ୍ୟ ହୋଇଛି ଖରାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାରିପଦା ସହର ଆଜି ଡହଡହ ଖରାର ପ୍ରକୋପରେ ହନ୍ତସନ୍ତ ହେଉଛି । ଚଳିତବର୍ଷ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ଭାବେ ବାରିପଦା ଆଜି ୪୦ ଡିଗ୍ରୀ ଛୁଇଁଛି । ତେବେ ଅନ୍ୟ ସହରଗୁଡିକ ୪୦ ଡିଗ୍ରୀରୁ କମ୍ ରହିଛନ୍ତି ।
ବାରିପଦା ସହର ପରେ ଦ୍ୱିତୀୟରେ ଝାରସୁଗୁଡା ଏବଂ ସମ୍ବଲପୁରର ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ଓ ଚାନ୍ଦବାଲିରେ ୩୯ ଡିଗ୍ରୀ, ହୀରାକୁୁଦରେ ୩୭.୬ ଡିଗ୍ରୀ, ବାଲେଶ୍ୱରରେ ୩୬.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଏହାପରେ କେନ୍ଦୁଝରର ତାପମାତ୍ରା ୩୬.୨ ଡିଗ୍ରୀ ହୋଇଥିବା ବେଳେ ପୁରୀରେ ୩୩.୬, ପାରାଦୀପରେ ୩୩ ଏବଂ ଗୋପାଳପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୧.୬ ଡିଗ୍ରୀ ରେକର୍ଡ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦିନରେ ତାତିରେ ଜନଜୀବନ ପୂରା ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।