ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି(ମଙ୍ଗଳବାର)ଠାରୁ ଆରମ୍ଭ ହେବ ସକାଳୁଆ ସ୍କୁଲ । ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ମର୍ଣ୍ଣିଂ କ୍ଲାସ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି । ସକାଳ ୭ଟାରୁ ୧୧ଟା ୩୦ ମିନିଟ ଯାଏଁ ସକାଳୁଆ କ୍ଲାସ ହେବ । ରାଜ୍ୟରେ ପ୍ରତିଟି ସ୍କୁଲ୍ରେ ମର୍ଣ୍ଣିଂ ସ୍କୁଲ୍ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଦେଇଥିଲା ।
ଖରାଦିନକୁ ଦୃଷ୍ଟିରେ ରଖି ସ୍କୁଲ୍ରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ପାଣି, ORS ମହଜୁଦ ରଖିବାକୁ କୁହାଯାଇଛି । ଲାଇନ ପଙ୍ଖାର ମଧ୍ୟ ବ୍ୟବସ୍ଥା କରାଯିବ । ଏପଟେ ଏପ୍ରିଲ ୩ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଛି । ଅପ୍ରେଲ ୧୧ ତାରିଖରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ କରିବାକୁ ଅପ୍ରେଲ ୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା ।
ସକାଳୁଆ ସ୍କୁଲ୍ ଆରମ୍ଭ ସହିତ ସ୍କୁଲ୍ରେ ପିଲାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।