କଲବଲ କରୁଛି ତାତି, ଆହୁରି ଦୁଇଦିନ ପର୍ଯ୍ୟନ୍ତ ବଢିବ ଉତ୍ତାପ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ରେ ବଢୁଛି ତାତି । ପୂର୍ବ ଓଡ଼ିଶା ରୁ ଆଭ୍ୟନ୍ତର ଓଡ଼ିଶା ସବୁଠି ତାତି । ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବଢିବ ତାତି । ଆସନ୍ତା ୩୦ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ । ଆଜି ୮ ଟି ଜିଲ୍ଲା କୁ ହିଟ ୱେଭ ୱାର୍ଣି ଜାରି କରାଯାଇଛି. ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୋଳ, ଦେଓଗଡ, ବୌଦ୍ଧ, ବଲାଙ୍ଗୀର ରେ ଆଜି ପ୍ରବଳ ତାତି ହେବାର ସମ୍ଭାବନା ରହିଛି ।କାଲି ୪୪.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟି ଥିଲା ।୯ସହରରେ ୪୩ ଡ଼ିଗ୍ରୀ କିମ୍ବା ଅଧିକ ଦିନର ତାତି ।ଝାରସୁଗୁଡା ରେ ୪୩.୯ ଡ଼ିଗ୍ରୀ, ବଲାଙ୍ଗୀର ୪୩.୮ ଡ଼ିଗ୍ରୀ , ସୋନପୁର ରେ ୪୩.୬ ଡ଼ିଗ୍ରୀ ଏବଂ ଟିଟଲାଗଡ ରେ ୪୩.୫ ଡ଼ିଗ୍ରୀ ତାତି ରେକର୍ଡ ହୋଇଛି ।

ଆଜି କିଛି ସହର ରେ ୪୫ ଡିଗ୍ରୀ ଅତିକ୍ରମ କରିବ ବୋଲି ଆଗୁଆ ଆକଲନ କରିଚି ପାଣିପାଗ ବିଭାଗ । ସାଧାରଣତଃ ମାର୍ଚ୍ଚ ରୁ ମଇ ମାସରେ ରାଜ୍ୟରେ ଅନୁଭୂତ ହେଉଥିବା କାଳବୈଶାଖୀ ବର୍ଷା ତାପମାତ୍ରା କୁ ନିୟନ୍ତ୍ରଣ କରିଥାଏ, ଚଳିତ ବର୍ଷ ଫେବୃଆରୀ ରେ ୮୯% କମ, ମାର୍ଚ୍ଚ ମାସରେ ୯୬% କମ ଏବଂ ଅପ୍ରେଲ ୨୩ ସୁଦ୍ଧା ୭୬% କମ ବର୍ଷା ପ୍ରଭାବରେ ରାଜ୍ୟରେ ଉଷ୍ମତା ବୃଦ୍ଧି ପରିଲିକ୍ଷିତ ହେଉଛି ।

 

Leave A Reply

Your email address will not be published.