ବିଜେପିରେ ମିଶିଲେ ଲିଆଣ୍ଡର ପେସ୍‌

0

ଓଡ଼ିଆ ନ୍ୟୁଜ୍: ବିଜେପିରେ ମିଶିଲେ ପୂର୍ବତନ ଟେନିସ ତାରକା ଲିଆଣ୍ଡର ପେସ୍‌।ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଆସି ମିଶିଲେ ଲିଆଣ୍ଡର।କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଓ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ମିଶିଲେ।ଲିଆଣ୍ଡର ନିକଟରେ ପଶ୍ଚିମବଙ୍ଗ ଗସ୍ତ ସମୟରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଥିଲେ ।

ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଲିଆଣ୍ଡର ପେସଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । ଲିଆଣ୍ଡର ପେସ୍ ବିଜେପିରେ ଯୋଗଦେବାରୁ ଏହା ଉତ୍ସବ ପାଳନ କରିବାର ଏକ ମୁହୂର୍ତ୍ତ । ମୁଁ ସ୍ପଷ୍ଟ ଭାବରେ ଅନୁମାନ କରୁଛି ଯେ, ଆପଣ ବିଜେପି ପ୍ଲାଟଫର୍ମରେ ଏକ ବଡ଼ ଇନିଂସ ଖେଳିବେ । ଆପଣଙ୍କ ବିଜେପିରେ ଯୋଗଦାନ ଖେଲୋ ଇଣ୍ଡିଆ ଆନ୍ଦୋଳନକୁ ଆହୁରି ଗତି ଦେବ ।

୧୯୯୬ରେ ଆଣ୍ଟ୍ରାଟିକା ଅଲମ୍ପିକ୍ସରେ ୪୪ ବର୍ଷ ପରେ ଭାରତ ପାଇଁ ଟେନିସରେ ପ୍ରଥମ ପଦକ ଜିତିଥିଲେ । ଐତିହାସିକ ବ୍ରୋଞ୍ଚ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିଲେ ।

Leave A Reply

Your email address will not be published.