ରୋହନ ବୋପନ୍ନାଙ୍କ ଅବସର

0

ଓଡ଼ିଆ ନ୍ୟୁଜ୍: ଭେଟେରାନ ଟେନିସ ତାରକା ରୋହନ ବୋପନ୍ନାଙ୍କ ଅବସର ଘୋଷଣା।୨୨ ବର୍ଷର ଲମ୍ବା କ୍ୟାରିୟରକୁ ଅଲବିଦା କଲେ ବୋପନ୍ନା। ଡବଲ୍ସରେ ବୟୋଜ୍ୟୋଷ୍ଠ କ୍ୟାରିୟର ଭାବେ ନଂ-୧ ଉନ୍ନୀତ ହୋଇପାରିଥିଲେ। ଭାରତୀୟ ଟେନିସ୍ ଜଗତକୁ ଶକ୍ତ ଝଟ୍‌କା । ଅବସର ଘୋଷଣା କରିଛନ୍ତି ଦମଦାର୍ ଟେନିସ ତାରକା ରୋହନ ବୋପନ୍ନା । ଏନେଇ ସେ ପ୍ରଥମେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଦୀର୍ଘ ୨୦ ବର୍ଷ ଧରି ସେ ଟେନିସ ଜଗତ ସହ ଜଡିତ ଥିଲେ । ରିଟାୟାରମେଣ୍ଟ ଘୋଷଣା ପରେ ଏବେ ତାହା ଶେଷ ହୋଇଯାଇଛି । ଶେଷ ଥର ପାଇଁ ପ୍ୟାରିସରେ ଅନୁଷ୍ଠିତ ପ୍ୟାରିସ୍ ମାଷ୍ଟର୍ସ ୧୦୦୦ରେ ଭାଗ ନେଇଥିଲେ ଭାଗ ନେଇଥିଲେ ରୋହନ ବୋପନ୍ନା ।

ଯେଉଁଥିରେ ଆଲେକଜାଣ୍ଡର ବବଲିକଙ୍କ ସହ ସେ ମିଳିତ ଭାବେ ଖେଳିଥିଲେ । ଅବସରକୁ ନେଇ ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେଉଁ ଖେଳ ତାଙ୍କ ଜୀବନକୁ ଏକ ଅର୍ଥ ପ୍ରଦାନ କରିଛି ତାହାଠାରୁ ସେ କେମିତି ବିଦାୟ ନେବେ । ୨୦ ବର୍ଷ ପରେ ଏବେ ରାକେଟ୍ ତ୍ୟାଗ କରିବା ନେଇ ସମୟ ଆସିଛି । ଭାରତ ପାଇଁ ପ୍ରତିନିଧିତ୍ବ କରିବା ତାଙ୍କ ଜୀବନର ସବୁଠୁ ବଡ ସମ୍ମାନ ଅଟେ । କୋର୍ଟରେ ଖେଳିବା ସମୟରେ ସବୁବେଳେ ଦେଶ ଏବଂ ତ୍ରିରଙ୍ଗା ପାଇଁ ସେ ଖେଳୁଥିବା ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.