ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାପାନରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ଜଣାଯାଇଛି । ଭୂମିକମ୍ପରେ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଭୂକମ୍ପ ସୋମବାର ସ୍ଥାନୀୟ ସମୟ ସନ୍ଧ୍ୟା ୪ଟା ୧୦ ମିନିଟରେ ହୋଇଛି । ଜାପାନର ଇଶିକାବା ପ୍ରାନ୍ତର ନୋଟୋ ପ୍ରାୟଦ୍ୱୀପରେ ୧୦ କିମି ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ସୋମବାର ପୂର୍ବାହ୍ନରେ ନୋଟେ ଦ୍ୱୀପାଞ୍ଚଳର ଇସିକାଓ୍ବାରେ 7.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା 10 କିଲୋମିଟର ରହିଛି । ଏନେଇ ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାର ପୂର୍ବାହ୍ନରେ ନୋଟେ ଦ୍ୱୀପାଞ୍ଚଳର ଇସିକାଓ୍ବାରେ 7.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା 10 କିଲୋମିଟର ରହିଛି । ଏନେଇ ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ସୋମବାର ଜାପାନରେ ସିରିଜ ଭୂକମ୍ପ ହୋଇଥିଲା । ଏହାପରେ ସୁନାମି ଆଲର୍ଟ ଜାରି କରାଯାଇଥିଲେ ମଧ୍ୟ କ୍ଷୟକ୍ଷତି ଘଟିଛି । ଭୂକମ୍ପ ପରେ ବିଲ୍ଡିଂ ଭୁଶୁଡିବା ସହ, ଅଗ୍ନିକାଣ୍ଡ ଘଟିଥିଲା । ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦେଶର କେନ୍ଦ୍ରୀୟ ସହର ୱାଜିମାଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ଏବଂ ଏହି ଅଗ୍ନିକାଣ୍ଡରେ 100ରୁ ଅଧିକ ଦୋକାନ ଓ ଘର ଜଳି ପୋ଼ଡି ପାଉଁଶ ହୋଇଯାଇଥିଲା ।
ତେବେ ଅଗ୍ନିକାଣ୍ଡରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ଓ କେତେ ଆହତ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଜାପାନ ପାଣିପାଗ ବିଭାଗ ରିପୋର୍ଟ କରିଛି ଯେ, ଗତକାଲି ସ୍ଥାନୀୟ ସମୟ ଅପରାହ୍ନ 4ଟା ପରେ ଇସିକାୱା ଉପକୂଳବର୍ତ୍ତୀ ଜାପାନ ସମୁଦ୍ରରେରେ 12ରୁ ଅଧିକ ଥର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଇସକାଓ୍ବା ପ୍ରିଫେକ୍ଟରର ଶିଖା ଆଣବିକ ବିଦ୍ୟୁତ୍ କେନ୍ଦ୍ରରେ ବିସ୍ଫୋରଣ ହୋଇଥିବା ଆଣବିକ ନିୟାମକ ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି ।
Comments are closed.