ଜମ୍ମୁ-କଶ୍ମୀରର ରାଜୌରିରେ ଆତଙ୍କବାଦୀ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ। ରାଜୌରୀ ସେନା କ୍ୟାମ୍ପ୍ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଉଦ୍ୟମ ହୋଇଥିଲା।  ସୋମବାର ଜମ୍ମୁ-କଶ୍ମୀରରେ ଆର୍ମି ପିକେଟିଂ ଉପରେ ହୋଇଥିବା ଏକ ବଡ଼ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି।

ଜମ୍ମୁ-କଶ୍ମୀରର ରାଜୋରିର ଏକ ସୁଦୂର ଗାଁରେ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି। ଆତଙ୍କବାଦୀମାନେ ରାଜୌରୀର ଗୁଣ୍ଡା ଗାଁରେ ଥିବା ସେନା କ୍ୟାମ୍ପକୁ ଟାର୍ଗେଟ କରି ରାତି ପ୍ରାୟ ୩ଟା ପରେ ଆଖିବୁଜା ଫାୟାରିଂ କରିଥିଲେ। ସୁରକ୍ଷାକର୍ମ ପାଲଟା ଜବାବରେ ପ୍ରବଳ ଫାୟାରିଂ କରିବା ସହ ଆତଙ୍କବାଦୀଙ୍କ ଏହି ଉଦ୍ୟମକୁ ବିଫଳ କରି ଦେଇଛନ୍ତି। ଏପରି ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ।

ତୁରନ୍ତ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳରକୁ ସିଲ୍‌ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି। ଜୁଲାଇ ୧୯ ତାରିଖରେ ଜମ୍ମୁ-କଶ୍ମୀରର କିରଣ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ସୁରକ୍ଷା ବାହିନୀ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରି ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଏହାପୂର୍ବରୁ ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର କାଷ୍ଟିଗଡ଼ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇ ସୈନିକ ଆହତ ହୋଇଥିଲେ।

Leave A Reply

Your email address will not be published.