ଆରମ୍ଭ ହେଲା ୩୧ତମ ନୃତ୍ୟାଞ୍ଚଳୀ ଓଡିଶୀ ନୃତ୍ୟ ସଂଗୀତ ମହୋତ୍ସବ, ବିମୋହିତ ହେଲେ ଦର୍ଶକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡିଶା ର ଅନନ୍ୟ ପରିଚୟ ତଥା ବିଶ୍ୱରେ ପ୍ରଶଂସିତ ଓଡିଶୀ ନୃତ୍ୟ ଓ ସଂଗୀତର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ 31 ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା “ନୃତ୍ୟଞ୍ଜଳି ” ଅନୁଷ୍ଠାନର 31ତମ ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଆଜି ଠାରୁ ଓଡିଶୀ ଗବେଷଣା ପ୍ରତିଷ୍ଠାନ ଉତ୍କଳ ରଙ୍ଗମଞ୍ଚ ଠାରେ ଆରମ୍ଭ ହୋଇଯାଇଛି l ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ପ୍ରଥମ ଦିବସ ରେ ଆଜି ପୂର୍ବାହ୍ନ 10ଟା ରେ ଆରମ୍ଭ ହୋଇଥିଲା l ରାଜ୍ୟ, ଦେଶ ତଥା ବିଦେଶର ଅନେକ ଓଡିଶୀ ନୃତ୍ୟଶିଳ୍ପୀ ଏହି କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବା କାର୍ଯ୍ୟକ୍ରମ ଅନୁଯାଇ ଆଜି ପ୍ରାୟ 70ରୁ ଉର୍ଦ୍ଧ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ l ପୂର୍ବାହ୍ନ ଅଧିବେଶନରେ ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ ନୃତ୍ୟଶିଳ୍ପୀ ମାନଙ୍କୁ ସମ୍ମାନିତ କରିଥିଲେ l

ସନ୍ଧ୍ୟାର ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଓଡିଶl ସଂଗୀତ ନାଟକ ଏକାଡେମୀ ର ସଭାପତି ପ୍ରବୋଧ ରଥ, ଗୁରୁ ସୁକାନ୍ତ କୁଣ୍ଡୁ, ସଂଗୀତ ମହାବିଦ୍ୟାଳୟ ଅଧକ୍ଷ ବିଜୟ ଜେନା, ନୃତ୍ୟ ଗୁରୁ ଦୁର୍ଗା ଚରଣ ରଣବିର, ଗଙ୍ଗାଧର ବିଶ୍ୱାଳ, ପୁଷ୍ପରଞ୍ଜନ ମଙ୍ଗରାଜ ଆଦି ଉପସ୍ଥିତ ରହି ଗୁରୁ ଶ୍ରୀ ନିରଞ୍ଜନ ରାଉତ ଓ ଶ୍ରୀ ଶରତ ଚନ୍ଦ୍ର ଧଳ ଙ୍କୁ ନୃତ୍ୟlଞ୍ଜଳି ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଓ ସନ୍ଧ୍ୟାରେ ବରିଷ୍ଠ ଓ ସୁନାମଧନ୍ୟ କଳାକାର ମାନଙ୍କୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

Leave A Reply

Your email address will not be published.