ମାର୍ଶାପାଳ ଠାରେ ୪୫ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାର୍ଶାପାଳ ଠାରେ ୪୫ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଳକ ଧକୋଠା ପଞ୍ଚାୟତ ମାର୍ଶାପାଳ ଠାରେ ସାରନାବାଗନ ଆଥେଲେଟିକ ଆସୋସେସନ ପକ୍ଷରୁ ୪୫ତମ ମାରାଙ୍ଗ ବୁରୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି |

ଏଥିରେ ମୋଟ ୪୮ଟିମ ଅଂଶ ଗ୍ରହଣ କରିଥିଲେ, ଉଦଯାପିନୀ ଫାଇନାଲ ମ୍ୟାଚରେ ପୋଡାଖମଣକୁ ଟ୍ରାଇ ବେକରେ ହରାଇ ଓସ୍ତପୁରା ଚମ୍ପିୟାନ ହେଇଥିଲା ତୃତୀୟ ଓ ଚତୁର୍ଥଦଳ ଭାବେ ଏନଟିପିସି କେନ୍ଦୁଝର ହୋଇଥିଲା  |ପୁରସ୍କାର ବିତରଣ ଉତ୍ସବରେ ସରପଞ୍ଚ ବିରଭଦ୍ର ସେଠୀଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର |

ମୁଖ୍ୟବକ୍ତା ଭାବେ କଟକ ମୁନସୀପାଟି ଡେପୁଟି ମେୟର ଦମୟନ୍ତି ମାଝି ସମ୍ମାନିତ ଅତିଥି ଭାବେ ଉଦଳା ପୂର୍ବତନ ବିଧାୟକ ଶ୍ରିନାଥ ସୋରେନ ଓ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ଚମ୍ପିୟାନ ଓ ରନଅସ୍ଫ ଦଳକୁ ପୁରସ୍କାର କରିଥିଲେ। ଏଥିରେ ଆସୋସେସନ ସଦସ୍ୟ ମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.