ନୂଆ ସଂସଦ ଭବନ ଉଦ୍‌ଘାଟନକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଗଲା, କିନ୍ତୁ ରାଷ୍ଟ୍ରପତିଙ୍କୁ ନୁହେଁ: ଖଡ଼୍‌ଗେ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶନିବାର ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ରାଜସ୍ଥାନରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ଖଡ଼ଗେ କହିଛନ୍ତି, ଦେଶର ନୂଆ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଗଲା କିନ୍ତୁ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଗଲାନି। ଖଡ଼ଗେ କହିଛନ୍ତି, ଏହା ରାଷ୍ଟ୍ରପତିଙ୍କ ପ୍ରତି ଏକ ବଡ଼ ଅପମାନ। ତେବେ ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ କ’ଣ ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତା ମଧ୍ୟ ଅନ୍ୟ ଏକ ଉଦାହରଣ ଦେଇଛନ୍ତି।

 ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ମଧ୍ୟ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରାଯାଇନଥିଲା ବୋଲି ଖଡ଼ଗେ କହିଛନ୍ତି। କୋବିନ୍ଦ ‘ଅସ୍ପୃଶ୍ୟ’ ‌ହୋଇଥିବାରୁ ତାଙ୍କୁ ନୂଆ ସଂସଦ ଭବନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା ବୋଲି ସେ କହିଛନ୍ତି। ସେହିପରି ମୋଦୀ ସରକାର ମହିଳା ସଂରକ୍ଷଣ ବିଲ୍‌ ଆଣିବା ପଛର ଉଦ୍ଦେଶ୍ୟକୁ ନେଇ ଖଡ଼ଗେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ମହିଳାଙ୍କୁ ସଂରକ୍ଷଣ ଦେବାକୁ ଚାହେନା ବୋଲି ସେ କହିଛନ୍ତି ଖଡ଼ଗେ।

Leave A Reply

Your email address will not be published.