କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ପୁଣି ତେଜିଲା ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ପୁଣି ତେଜିଲା ଆନ୍ଦୋଳନ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି । ଯାହାଫଳରେ ଆଜି (ମଙ୍ଗଳବାର) ସକାଳ ୬ଟାରୁ କଣ୍ଟାବାଞ୍ଜିରେ ବନ୍ଦ ପାଳନ ହେଉଛି । ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ସ୍କୁଲ୍‌ କଲେଜ, ଗାଡିମୋଟର ଚଳାଚଳ ସବୁ ବନ୍ଦ ରହିଛି ।

କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟମାନେ ସକାଳୁ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ଧାରଣା ଦେଇ ରାସ୍ତା ଅବରୋଧ କରିଛନ୍ତି । ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦଶନ କରିଛନ୍ତି। ଆଜିର ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଆଜିର ବନ୍ଦ ପାଳନରେ ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟଙ୍କ ସମେତ ସହରର ୪୦ରୁ ଅଧିକ ଅନୁଷ୍ଠାନ ସାମିଲ ହୋଇଛନ୍ତି। ଏନଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ଅମରେନ୍ଦ୍ର ତାଣ୍ଡି, ବେଦବ୍ୟାସ ନାଗ, ପ୍ରଦୀପ ବାଗ, କୁଞ୍ଜବିହାରୀ ବେହେରା, କୈଳାସ ଦୀପ, ଶୈଳେନ୍ଦ୍ର ନାରାୟଣ ବେହେରା, ଅଜୟ ଅଗ୍ରୱାଲ, ଦୀପକ ଶର୍ମା, ହେମାଳ ସଙ୍ଘ ସଂପାଦକ ବିସର୍ଵ ବେହେରାଙ୍କ ସମେତ ଅନେକ ଲୋକ ଏଥିରେ ସାମିଲ ଅଛନ୍ତି।

ଗତକାଲି ଓଡ଼ିଶା ସରକାର ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦକ୍ଷେପ ନେଇଥିବାର ଜଣାପଡ଼ିବା ପରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଆନ୍ଦୋଳନକୁ ତୀବ୍ର କରିଛି । ସମିତିର କହିବା ମୁତାବକ, ପଦ୍ମପୁର ଠାରୁ ବହୁ ବର୍ଷ ପୂର୍ବରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇଆସୁଛି । ହେଲେ ଏ ଯାଏଁ ସରକାର ଏ ବିଷୟରେ କୌଣସି ଆଲୋଚନା ନକରିବା କିମ୍ବା ପଦକ୍ଷେପ ଗ୍ରହଣ ନକରିବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ସମିତି ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ତେବେ ଏ ଯାଏଁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହେଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.