ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆଜିଠୁ କମିବ ବର୍ଷାର ପରିମାଣ। ଦିନରେ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ୧ ୧୧ ତାରିଖ ପର ଠାରୁ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଏହାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ଏଥିସହ ଉପକୂଳ ଓ ଅଧିକାଂଶ ଜିଲାରେ ବଜ୍ରପାତ ସହ ଘଡ଼ଘଡ଼ି ହୋଇପାରେ। ତେବେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ପରିମାଣ କମିବ। ଏହି ସମୟ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ବାଙ୍କୀରେ ସର୍ବାଧିକ ୧୭୭ ମି.ମି. ବର୍ଷା ହୋଇଛି। କେନ୍ଦୁଝରର ଘସିପୁରାରେ ୧୨୦.୩ ମି.ମି, ଆନନ୍ଦପୁରରେ ୯୧.୪ ମି.ମି., ଗଞ୍ଜାମର କୁକୁଡ଼ାହାଣ୍ଡିରେ ୭୪ ମି.ମି, ରେଢାଖୋଲରେ ୭୧ ମି.ମି., ଗଞ୍ଜାମ ପୁରୁଷୋତ୍ତମପୁରରେ ୬୨.୮ ମି.ମି., ଭୁବନେଶ୍ବରରେ ୫୨.୬ ଏବଂ କୋରାପୁଟରେ ସର୍ବାଧିକ ୫୧.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଅନ୍ୟପଟେ ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲାରେ ବଜ୍ରପାତ, ଘଡ଼ିଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଜୁନ ୧ରୁ ଜୁଲାଇ ୮ ମଧ୍ୟରେ ରାଜ୍ୟରେ ୨୧୧.୬ ମି.ମି. ବର୍ଷା ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୨୮୫.୮ ମି.ମି. ତୁଳନାରେ ବହୁ ପରିମାଣରେ ନିଅଣ୍ଟିଆ ରହିଛି।
Comments are closed.