ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ ପୋର୍ଟବ୍ଲେୟାର୍ର ଦକ୍ଷିଣ ଦକ୍ଷିଣ-ପୂର୍ବକୁ ପ୍ରାୟ ୧୧୨ କିଲୋମିଟର୍ ଦୂରରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜିଦ କହିଛି।
‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଅନୁସାରେ, ରାତି ୨:୫୬:୧୨ରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପ ଉତ୍ପତ୍ତି ହୋଇଥିଲା। ଟୁଇଟ୍ କରି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ଲେଖିଛି: ୧୧ ତାରିଖ ରାତି ୨:୫୬:୧୨ରେ ୧୦.୬୬ ଅକ୍ଷାଂଶ ଓ୯୩.୦୪ ଦ୍ରାଘିମା ଅନ୍ତର୍ଗତ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳର ପୋର୍ଟବ୍ଲେୟାର୍ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବକୁ ୧୧୨ କିଲୋମିଟର୍ ଦୂରରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତର ଥିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ। ପୂର୍ବରୁ ସୋମବାର ରାତି ୧୨:୫୩:୨୪ରେ ମଧ୍ୟ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୪.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା। ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଥିଲା ବୋଲି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଥିଲା।
ଅନ୍ୟପଟେ ତୁର୍କୀରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । କେବଳ ତୁର୍କୀ ନୁହେଁ, ଜାପାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ତୁର୍କୀରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ତୁର୍କୀରେ ସୃଷ୍ଟ ଏହି ଭୂମିକମ୍ପରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ର ମାଲତ୍ୟା ପ୍ରାନ୍ତର ୟେସିଲୁର୍ଟ ସହର ବୋଲି ଜଣାପଡିଛି । ଭୂମିକମ୍ପରେ ଅନେକ ଘର ଭାଙ୍ଗିଯାଇଥିବାରୁ ଲୋକେ ଆହତ ହୋଇଥିବାବଳେ ଏଥିରୁ ବଞ୍ଚିବାକୁ କିଛି ଲୋକ ନିଜ ଘରୁ ତଳକୁ ଡେଇଁପଡିବାରୁ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ କାହାରି ମୃତାହତ ହେବାର ଖବର ଏଯାଏଁ ମିଳିନାହିଁ ।