ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ପୁଣି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ହୋଇଛି । ଆଜି ଭୋର୍‌ ୫.୪୦ରେ ଆଣ୍ଡାମାନ୍‌ ଓ ନିକୋବର ଦ୍ବୀପପୁଞ୍ଜର ନିକୋବର୍‌ ଦ୍ବୀପରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜିଦ ସୂଚନା ଦେଇଛି। ଭୂଗର୍ଭର ୧୦ କି.ମି. ଅଭ୍ୟନ୍ତରେ ସୃଷ୍ଟ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ଥିଲା ୫.୦।

ଟୁଇଟ୍‌ କରି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜିଦ ଲେଖିଛି, ଅଗଷ୍ଟ ୨ ତାରିଖ ଭୋର୍‌ ୫:୪୦:୧୧ରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଅକ୍ଷାଂଶ ୯.୩୨ ଓ ଦ୍ରାଘିମା ୯୪.୦୩ ଅନ୍ତର୍ଗତ ନିକୋବର ଦ୍ବୀପ ଥିଲା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ। ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଛି। ଏହା ପୂର୍ବରୁ ଜୁଲାଇ ୨୮ ତାରିଖ ରାତି ୧୨:୫୩ରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ୫.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ଥିଲା ଆଣ୍ଡାମାନ ଦ୍ବୀପ ଅନ୍ତର୍ଗତ ଭୂଗର୍ଭର ୬୯ କିଲୋମିଟର ଅଭ୍ୟନ୍ତରରେ। ସେହିପରି, ଜୁଲାଇ ୯ ତାରିଖ ଦିନ ମଧ୍ୟ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ କ୍ୟାମ୍ପ୍‌ବେଲ୍‌ ଉପସାଗରର ଦକ୍ଷିଣପୂର୍ବରେ ୫.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା ବୋଲି ମଧ୍ୟ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜିଦ ସୂଚନା ଦେଇଥିଲା। ଏପରି ବାରମ୍ବାର ଭୂମିକମ୍ପ ହେବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.