ସେବାସ୍ତମ୍ବ ର ବାର୍ଷିକ ସମ୍ମିଳନୀ ଆୟୋଜିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସେବାସ୍ତମ୍ବ ର ବାର୍ଷିକ ସମ୍ମିଳନୀ ଆୟୋଜିତ | ଅଖିଳ ଭାରତୀୟ ଅନୁସୂଚିତ ଜାତି,ଜନଜାତି,ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ” ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁରର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଡାକ ବଙ୍ଗଳାରେ ଆୟୋଜିତ ହୋଇ ଯାଇଛି। ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ବରିଷ୍ଠ ଉପସଭାପତି ଗୋପାଳ କୃଷ୍ଣ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ସେବାସ୍ତମ୍ବ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଜୟ କୁମାର ରାମ ଯୋଗ ଦେଇ ସଂଗଠନ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ କରିଥିଲେ।

ଜିଲ୍ଲା ଉପଦେଷ୍ଟା ଏବଂ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝୀ ଭାରତୀୟ ସଂବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଆଦର୍ଶ ର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ପୁର୍ବତନ ଜିଲ୍ଲା ସଭାପତି ଜଗତ ମାଝି ଚାକିରି ସୁରକ୍ଷାରେ ସଂବିଧାନ ର ଭୁମିକା ଚର୍ଚା କରିଥିଲେ। ଉପସଭାପତି ଶ୍ୟାମ ଚରଣ ମୁର୍ମୁ ବାବା ଭୀମରାଓ ଆମ୍ବେଦକରଙ୍କ ତ୍ଯାଗ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଜିଲ୍ଲା ସାଧାରଣ ସଂପାଦକ ବାଜଲ ମୁର୍ମୁ ସଂରକ୍ଷଣ ଉପରେ ତାଙ୍କର ବକ୍ତବ୍ଯ ରଖିଥିଲେ। କାର୍ତ୍ତିକ ଚନ୍ଦ୍ର କାରୁଆ ଓ ଆର ଭି ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।ହେମ ମାଝି ସଂଗଠନ ର ଶକ୍ତି ଓ ଉପକାରୀତା ଉପରେ ବକ୍ତବ୍ଯ ରଖିଥିଲେ।

ଦୁଖିଶ୍ଯାମ ମାଝି ସଂରକ୍ଷଣ ର ଆବଶ୍ୟକତା ବିଷୟରେ ବକ୍ତବ୍ଯ ରଖିଥିଲେ। ଅନ୍ଯମାନଙ୍କ ମଧ୍ୟରେ ଦୀପାଳୀ କୁମାରୀ,ପଦ୍ମିନୀ ସୋରେନ, ଅମ୍ବିକା ମାଝି,ଚାମରୁ ବେଶ୍ରା,ଡାକ୍ତର ସାଗରାମ ଟୁଡୁ, ସଂତୋସୀ ରାମ, ସୀତା ମାଝି,ସସ୍ମିତା ମାଝି,ସଂଗୀତା ମାଝି, ଓ ଅନ୍ଯାନ୍ଯ ସଦସ୍ଯ ମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ସାଫଲ୍ଯମଣ୍ଡିତ ହୋଇଥିଲା।ସଭାଶେସରେ ବରିଷ୍ଠ ଉପସଭାପତି ରବିନ୍ଦ୍ର ମୁଖି ତାଙ୍କର ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.