ପୁଣି ଅଲଡ଼ା ହେଲା ଶିଶୁକନ୍ୟା

0

ଓଡ଼ିଆ ନ୍ୟୁଜ, ମୟୂରଭଞ୍ଜ :ପୁଣି ଅଲଡ଼ା ହେଲା ଶିଶୁକନ୍ୟା । ଜନ୍ମ କଲା ମା କରିଦେଲା ପର। ଏକ ମାସର ଶିଶୁ କନ୍ୟାକୁ ଜଙ୍ଗଲରେ ଫିଙ୍ଗିଦେଇ ଚାଲିଗଲା ଜନ୍ମ କଲା ମା। ଏପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଘାଉଗାଢିଆ  ନିକଟସ୍ଥ ଜଙ୍ଗଲରେ ,ଆଜି ଅପରାହ୍ନ ସମୟରେ ସ୍ଥାନୀୟ କିଛି ମହିଳା ନିକଟ ଘାଉଗାଢିଆ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ହଟାତ୍ ଶିଶୁକନ୍ୟା ର କାନ୍ଦ ଶୁଣି ଘଟଣା ସ୍ଥଳକୁ ଯାଇଦେଖିବା ବେଳକୁ ଗୋଟିଏ ଶିଶୁକନ୍ୟା ଜଙ୍ଗଲ ମଧ୍ୟରେ ଏକ ଲୁଗା ଉପରେ ଶୋଇକାନ୍ଦୁଛି।

ଏହା ଦେଖି ସେ ସଙ୍ଗେ ସଙ୍ଗେ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ କୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଆଶାଦିଦି କୁ ସାଙ୍ଗରେ ନେଇ ଘଟଣା ସ୍ଥଳରେ ପହଞ୍ଚି ଶିଶୁକନ୍ୟା କୁ ଉଧାର କରି ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ତେବେ ସେଠାରେ ଡା.ଗୌରବ କୁମାର ସର୍ଦାର ଚିକିତ୍ସା କରିଥିବା ବେଳେ ଶିଶୁକନ୍ୟା ଟି ବହୁ ସମୟରୁ କ୍ଷୀର ଖାଇନଥିବାରୁ ଅସୁସ୍ଥ ହୋଇ ଥିବା କହିଛନ୍ତି, ତେବେ ତାକୁ ବର୍ତ୍ତମାନ ଚିକିତ୍ସା କରାଯାଉଛି ଶିଶୁକନ୍ୟା ଟି ସୁସ୍ଥ ଥିବା ବେଳେ ଶିଶୁକନ୍ୟା ଟି ପ୍ରାୟ ୨୦/୨୫ଦିନର ହବ ବୋଲି ଡାକ୍ତର ଅନୁମାନ କରିଛନ୍ତି।

ରାଜ୍ୟ  ଏବଂ କେନ୍ଦ୍ର ସରକାର ଶିଶୁକନ୍ୟା ମାନଙ୍କ  ପାଇଁ ବିଭିନ୍ନ ଯୋଜନା କରିଥିଲେବି କିଏ କାହିଁକି ଏପରି ନିଷ୍ପାପ ଶିଶୁକନ୍ୟା ଟିକୁ ଜଙ୍ଗଲ ମଧ୍ୟରେ ଛାଡି ଚାଲିଗଲା ଯାଇଥିବା ବେଳେ ଚମ୍ପାଝର ଅଞ୍ଚଳରେ ଚର୍ଚ୍ଚା ବିଷୟ ହେଉଛି।  ଏହା ଉପରେ ତଦନ୍ତ କରି ଛୁଆର ବାପା ମାଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.