ପୋଖରୀ ନିକଟରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଖରୀ ନିକଟରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର |  ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ ଘଟଣା। ଘରୁ ଯାଇଥିଲେ ସୁସ୍ଥ, ସୁନ୍ଦର ଭଲ ଅବସ୍ଥାରେ ହେଲେ ଆଜି ଫେରିଲା ରକ୍ତାକ୍ତ ମୃତଦେହ।

ଯାହାକୁନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଇଛି। ଏଭଳି ଘଟଣା ଆଜି ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ଵାରଶୁଣି ଘାଟି ନିକଟସ୍ଥ ପୋଖରୀ ନିକଟରୁ। ସକାଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୁଣ୍ତରେ ଗଭୀର କ୍ଷତ ହୋଇଛି। ଏହା ହତ୍ୟା ନା ଦୁର୍ଘଟଣା ତାହା ଅସ୍ପଷ୍ପ ରହିଛି। ସୂଚନାନୁଯାୟୀ, ବାଘିଆବେଡା ଗ୍ରାମର ଗିରିଶ ନାଏକ ଗତ ରାତିରୁ ଘରକୁ ଫେରିନଥିଲେ।

ଆଜି ସକାଳୁ ଘାଟିତଳ ପୋଖରୀ ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖୁବାକୁ ପାଇଥିଲେ। ମୁଣ୍ତରେ ଗଭୀର କ୍ଷତ ଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖୁବାକୁ ମିଳିଛି। ଖବରପାଇ ଘଟଣାସ୍ଥଳରେ ପହଞ୍ଚି ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତଜାରୀ ରଖିଛି ବାଙ୍ଗିରିପୋଷି ଥାନା ପୋଲିସ।

Leave A Reply

Your email address will not be published.