ଜାତୀୟ ରାଜପଥରେ ଭୁଶୁଡିଲା ବ୍ରିଜ, ପ୍ରକଳ୍ପ ନିର୍ଦ୍ଦେଶକ କହିଲେ ନିର୍ମାଣରେ ଥିଲା ତ୍ରୁଟି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକ ନିକଟରେ ଥିବା ଥିବା ଏକ ପୋଲ ଆଜି ଭୋର ସମୟରେ ଭୁଶୁଡ଼ି ପଡ଼ିଛି। ତେବେ ଏଥିରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ବସ ଓ ଟ୍ରକ। ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି। ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ବ୍ରିଜ୍‌ ଭୁଶୁଡ଼ି ଯୋଗୁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛନ୍ତି। ପ୍ରତିଦିନ ଶହଶହ ଲୋକ ଓ ଗାଡ଼ି ମଟର ନେଇ  ଯିବା ବାଲେଶ୍ୱରରୁ ଭୁବନେଶ୍ୱର ଏହି ବ୍ରିଜ ଦେଇ ଯିବା ଆସିବା କରିଥାନ୍ତି।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା। ଆଜି ସକାଳେ ପୋଲଟି ଭୁଶୁପଡ଼ିଥିଲା। ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।  ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି, ନିର୍ମାଣଗତ ତ୍ରୁଟି ପାଇଁ ଯାଜପୁର ରସୁଲପୁର NH-୧୬ରେ ଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁଛି। ଏଥିପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ୨୦୦୮ ମସିହାରେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା, ଏହା ୫୦ ବର୍ଷ ରହିବା କଥା। ହେଲେ ବ୍ରିଜଟି ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିଲା।

Leave A Reply

Your email address will not be published.