ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ବସ୍। ନିର୍ବାଚନ ଡ୍ୟୁଟିରୁ ଫେରିବା ବେଳେ ବସ୍ ଦୁର୍ଘଟଣା। ଛତ୍ରପୁର ଡିଆରଡିଏ ଛକ ନିକଟରେ ଏକ ବସ୍ ଡିଭାଇଡରରେ ପିଟି ହୋଇଯାଇଛି। ଏଥିରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିବାବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ବସ୍ଟି ଭଞ୍ଜନଗରରୁ ୨୦ ଜଣ ପୁଲିସ୍ କର୍ମଚାରୀ ନେଇ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ସୂଚନା ମୁତାବକ, ଆଜି ସକାଳେ ପୁଲିସ କର୍ମଚାରୀମାନେ ନିର୍ବାଚନ ଡ୍ୟୁଟି ସାରି ଏକ ବସ୍ରେ ଭଞ୍ଜନଗରରୁ ଛତ୍ରପୁର ଫେରୁଥିଲେ।
ଡିଆରଡିଏ ଛକ ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହୋଇଯାଇଥିଲା। ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ୨୦ ଜଣ ପୁଲିସ କର୍ମଚାରୀ ବର୍ତ୍ତି ଯାଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ଜଣେ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।