ଧାନ, ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଦେଶବାସୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ।  MSP ବୃଦ୍ଧି ଉପରେ କେନ୍ଦ୍ର କ୍ୟାବିନେଟର ମୋହର୍ ବାଜିଛି । ଧାନ, ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ କ୍ବିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି ପାଇଛି ।

ସେହିପରି ସୂର୍ଯ୍ୟମୁଖୀ କ୍ବିଣ୍ଟାଲ ପିଛା ୩୬୦ ଟଙ୍କା ଏବଂ ମଧ୍ୟମ ଧରଣ କପା ଉପରେ କ୍ବିଣ୍ଟାଲ ପିଛା ୫୪୦ ଟଙ୍କା ଏବଂ ଲଙ୍ଗ୍ କଟନ ଉପରେ ୬୪୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ୨୦୨୧-୨୨ରେ ଧାନର ସର୍ବନିମ୍ନ ସହାୟତ ମୂଲ୍ୟ ୨୦୪୦ଟଙ୍କା ରହିଥିଲେ । ଏହାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଧାନ କ୍ବିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରିବା ପରେ ଏହା ୨,୧୮୩ ଟଙ୍କାରେ ପହଞ୍ଚିଛି ।

ସେହିପରି ଗ୍ରେଡ୍-A ଧାନ ୨୦୬୦ ଟଙ୍କାରୁ ବୃଦ୍ଧି ପାଇ ୨୨୦୩ଟଙ୍କାରେ ପହଞ୍ଚିଛି ।ସୂର୍ଯ୍ୟମୁଖୀର ଏମଏସପି ମଧ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସୂର୍ଯ୍ୟମୁଖୀର କ୍ବିଣ୍ଟାଲ ପିଛା ୩୬୦ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ କ୍ବିଣ୍ଟାଲ ପିଛା ୬, ୪୦୦ ଟଙ୍କା ରହିଥିଲା । କ୍ୟାବିନେଟ୍ ମୋହର ବାଜିବା ପରେ ସୂର୍ଯ୍ୟମୁଖୀର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୬,୭୬୦ଟଙ୍କାରେ ପହଞ୍ଚିଛି । ସେହିପରି ମଧ୍ୟମ ଧରଣ କପାର ସର୍ବନିମ୍ନ ସହାୟକ ମୂଲ୍ୟ ୬,୦୮୦ ଟଙ୍କାରୁ ବୃଦ୍ଧି ପାଇ ୬,୬୨୦ ଟଙ୍କାରେ ପହଞ୍ଚିଛି । ଲଙ୍ଗ ସ୍ପାପଲ କପାର ଏମଏସପି ୬,୩୮୦ ଟଙ୍କାରୁ ୭, ୦୨୦ ଟଙ୍କାରେ ପହଞ୍ଚିଛି ।

Leave A Reply

Your email address will not be published.