ଗରିବ ଲୋକଙ୍କ ପାଇଁ ବଡ ଘୋଷଣା କଲେ କେନ୍ଦ୍ର ସରକାର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗରିବ ମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି ଜେଲରେ ବନ୍ଦୀ ଥିବା ଗରିବଙ୍କ ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି । ଯୋଜନା ଅଧିନରେ ସରକାର ଗରିବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ଏହା ଦ୍ୱାରା ଜେଲରେ ବଢୁଥିବା ବୋଝ ହ୍ରାସ ପାଇବ ବୋଲି ସରକାର ଅନୁମାନ କରୁଛନ୍ତି । ଗୃହ ମନ୍ତ୍ରାଳୟ ଶୁକ୍ରବାର କହିଛି ଯେ ଯୋଜନାରୁ ଗରିବ କଏଦୀ (ସାମାଜିକ ରୂପେ ଦୁର୍ବଳ, ଅଶିକ୍ଷିତ ଏବଂ ନିମ୍ନ ଆୟ)ଙ୍କୁ ସହାୟତା ପ୍ରଦାନ କରାଯିବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ଗରିବ କଏଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏଥିରେ ସେହି କଏଦୀଙ୍କୁ ସାମିଲ କରାଯାଇଛି, ଯେଉଁମାନେ ଦଣ୍ଡ କିମ୍ୱା ଜାମିନ ପାଇଁ ଟଙ୍କା ଦେଇ ପାରନ୍ତି ନାହିଁ ।

ଗୃହ ମନ୍ତ୍ରାଳୟ କହିଛି ଯେ ସରକାର ବିଚାରଧୀନ କଏଦୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଜେଲ ଅପରାଧିକ ନ୍ୟାୟ ପ୍ରଣାଳୀର ମହତ୍ୱପୂର୍ଣ୍ଣ ଅଂଶ ଅଟେ । ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଗୃହ ମନ୍ତ୍ରାଳୟ ସମୟ-ସମୟରେ ରାଜ୍ୟ ସରକାରଗୁଡିକୁ ମାର୍ଗଦର୍ଶନ ଜାରି କରିଥାନ୍ତି ।

Leave A Reply

Your email address will not be published.