ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ଅନୁମତି ନଥାଇ ଗର୍ଭଗୃହରେ ପଶିଲେ। ଏଭଳି କିଛି ଅଭିଯୋଗ ଆସିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାଂସଦ ପୁଅଙ୍କ ବିରୋଧରେ | ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ଏବଂ ଅନ୍ୟ ଚାରିଜଣ ଲୋକ ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିଥିଲେ। କିନ୍ତୁ କାହାକୁ ମନ୍ଦିରର ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିବାକୁ ଅନୁମତି ନାହିଁ।
ଗତ ବର୍ଷ ମନ୍ଦିର ପ୍ରଶାସନ ଏହି ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ସମୟ ସମୟରେ VIP ନାମରେ ଏହି ନିୟମକୁ ଅଣଦେଖା କରନ୍ତି। ଏହି ଅନୁଯାୟୀ, ଅପରାହ୍ନ ୫ଟା ୩୦ ସମୟରେ ଏକନାଥ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଏବଂ ମହାରାଷ୍ଟ୍ରର କଲ୍ୟାଣର ଏମପି ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଦୁଇ ଜଣଙ୍କ ସହ ମହାକାଳ ମନ୍ଦିରର ଗର୍ଭଗୃହରେ ପହଞ୍ଚିଥିଲେ। ସମସ୍ତେ ଏଠାରେ ପ୍ରାୟ ଛଅ ମିନିଟ ପ୍ରାର୍ଥନା କରିଥିଲେ। ମହାକାଳଙ୍କ ଶୃଙ୍ଗାର ବେଳେ ଏହି ଚାରି ଜଣ ଶିବଲିଙ୍ଗ ନିକଟରେ ବସି ପୂଜା କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏହାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଅନୁମତି ନଥାଇ ସେ କିଭଳି ଗର୍ଭଗୃହକୁ ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି।
ଏହି ପ୍ରସଙ୍ଗକୁ ଉତ୍ତେଜନା ବଢ଼ିବା ପରେ, ପ୍ରଶାସନ କହିଛି ଯେ ସେମାନେ ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ରକ୍ଷା କରାଯିବ ନାହିଁ। ବିଶେଷ କଥା ହେଉଛି ମନ୍ଦିରର ସୁରକ୍ଷା ଦାୟିତ୍ୱ ଜୟନ୍ତ ରାଠୋର ଏବଂ ଗର୍ଭଗୃହର ନିରିକ୍ଷକ ତାଙ୍କ ସହ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ବର୍ଷ ପୁରୋହିତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଗର୍ଭଗୃହରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଏହା ସତ୍ତ୍ୱେ ନିୟମ ଭାଙ୍ଗିବାର ଧାରା ଜାରି ରହିଛି।
Comments are closed.