ବିଭିନ୍ନ କାର୍ଯ୍ୟ କର୍ମ କରି କଂଗ୍ରେସ ପାଳିଲା ୧୩୯ତମ ପ୍ରତିଷ୍ଠା ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଭିନ୍ନ କାର୍ଯ୍ୟ କର୍ମ କରି କଂଗ୍ରେସ ପାଳିଲା ୧୩୯ତମ ପ୍ରତିଷ୍ଠା ଦିବସ। କଂଗ୍ରେସ ଦଳ ତାର ୧୩୯ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରେ ମଧ୍ୟ ଦେଖିବାକୁ ମିଳିଛି । ବାସୁଦେବପୁର କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ଶୋଭା ଯାତ୍ରା ବାହାରି ଟାଉନ ହଲ ନିକଟରେ ଥିବା, ମହାତ୍ମାଗାନ୍ଧୀଙ୍କ ପ୍ରତିମୃତି, ହାଇସ୍କୁଲ ଛକ ଠାରେ ଥିବା ଜାତୀୟ କବି ବାଞ୍ଛାନିଧି ମହାନ୍ତି ଓ ନୀଳମଣି ରାଉତରାୟଙ୍କ ପ୍ରତିମୃତ୍ତିରେ ମାଲ୍ୟା ଅର୍ପଣ କରିସାରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ବାସୁଦେବପୁର ବ୍ଲକ୍ କଂଗ୍ରେସ ସଭାପତି ରମେଶ ବଳ ଓ ନଗର ସଭାପତି ଉକ୍ତ ରଞ୍ଜନ ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ କର୍ମୀମାନେ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ସହିତ ସଦ୍ଭାସ୍ଥଳ ନିକଟରେ ପହଞ୍ଚିଥିଲେ।

ବ୍ଲକ୍ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବଳ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ବିଧାନ ସଭା ମଣ୍ଡଳୀ ନେତା ତଥା ଜିଲ୍ଲା ସଭାପତି ଅଶୋକ କୁମାର ଦାସ, ସରପଂଚ ଆଦିତ୍ୟ ପ୍ରସାଦ ଗିରି, ବିଜୟ ମହାନ୍ତି, ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ ମହାକୁଡ, ଛାତ୍ର ସଭାପତି ମନୋରଞ୍ଜନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ଏକ ବାଇକ୍ ଶୋଭାଯାତ୍ରା ରକ୍ତ ତୀର୍ଥ ଇରମ ଅଭିମୁଖେ ବାସୁଦେବପୁର ରୁ ଶତାଧିକ କର୍ମୀ ମାନଙ୍କ ନେଇ ବାହାରି ଥିଲା। ଲବଣ ତୀର୍ଥ ଚୂଡ଼ାମଣି, ରକ୍ତ ତୀର୍ଥ ଇରମ ରେ ସହିଦ ସ୍ମୃତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।

ପରେ ସଂଧ୍ୟା ସମୟ ରେ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି। ଦିନ ସାରା ଅନୁଷ୍ଟିତ କାର୍ଯ୍ୟ କର୍ମ ରେ କଂଗ୍ରେସ ର ବାସୁଦେବପୁର କାର୍ଯ୍ୟ କାରୀ ସଭାପତି ପ୍ରଭାତ ବାରିକ୍, ବାବୁ ବାରିକ୍, ରମେଶ ଚଣ୍ଡ,ଯୁବ କଂଗ୍ରେସ କର୍ମୀ ଚନ୍ଦନ ନାୟକ, ଅକ୍ଷୟ ବାରିକ୍, ପୌର ପରିଷଦ ର କଂଗ୍ରେସ କାଉନସିଲର, ସରପଂଚ,ସମିତି ସଭ୍ୟ, ଯୁବ, ମହିଳା ଓ ଛାତ୍ର କଂଗ୍ରେସ ର କର୍ମ କର୍ତ୍ତା ଉପସ୍ଥିତ ରହି ସଫଳ କରାଇ ଥିଲେ।

Leave A Reply

Your email address will not be published.