ଅପହରଣ ମାମଲା ଜଡିତ ହୋଇ ନିଲମ୍ବିତ ହେଲେ କନେଷ୍ଟବଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଖାକିରେ ଲାଗିଲା ଦାଗ। ପୁଲିସ କନେଷ୍ଟବଳ ଅପହରଣ ମାମଲା ଜଡିତ ହୋଇ ନିଲମ୍ବିତ ହୋଇଛନ୍ତି। କନେଷ୍ଟବଳ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ଥାନାର କାର୍ଯ୍ୟରତ ପୁଲିସ କନେଷ୍ଟବଳ ଅନନ୍ତ କୁମାର ବିଶ୍ଵାଳ।

ସୂଚନା ଅନୁଯାୟୀ, ଏକ ଅପହରଣ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ମାମଲାରେ କନେଷ୍ଟବଳ ଅନନ୍ତ ଜଡିତ ଥିବା ନେଇ ଜଣାପଡିଥିଲା। ଅର୍ଥ କାରବାର ମାମଲାରେ ଅପହରଣ କରିନେଇଥିବା ଶୁଳିଆପଦା ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ମାମଲାରେ ତାଙ୍କ ନାମରେ ମାମଲା ହେବା ପରେ ଗିରଫ କରାଯାଇଛି।

ଏହାକୁ ନେଇ ପୁଲିସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନେଷ୍ଟବଳ ଅନନ୍ତ କୁମାର ବିଶ୍ଵାଳଙ୍କୁ କାର୍ଯ୍ୟରୁ ନିଲମ୍ବିତ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ତାଙ୍କୁ ନିଲମ୍ବିତ କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.