ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହତ୍ୟାକାଣ୍ଡର ପରଦା ହଟିଲା ଓ ହେଲା ସିନ ରିକ୍ରିଏସନ । ଆଜି ନାବାଳକ ଜ୍ୟୋତିପ୍ରକାଶ ର ହତ୍ୟାକାଣ୍ଡର ପରଦା ହୋଇଛି ମୁଖ୍ୟ ଅଭିଯୁକ୍ତ ଏବେ ପୋଲିସ ପଞ୍ଚାରେ । କଟକ ଜଗତପୁର ଥାନା ପୂର୍ବକଚ୍ଛ ନାବାଳକ କୁ ନିର୍ମମ ହତ୍ୟା ଘଟଣାରେ ଆଜି ଜଗତପୁର ପୋଲିସ ପରଦା ହଟାଇଛି ।
ଉକ୍ତ ଗ୍ରାମର ବାବୁଲା ପଣ୍ଡା ନାବାଳକ ଜ୍ୟୋତିପ୍ରକାଶ ବେହେରା ଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ପୋଲିସ ପାଖରେ ସ୍ୱଇକାର କରିଥିବା ବେଳେ ମର୍ଡର କରିଥିବା ସ୍ଥାନରେ ଅଭିଯୁକ୍ତ ବାବୁଲା କୁ ଆଣି ଲାଇଭ ଡେମୋ ବା ସିନ ରିକ୍ରୀଏସନ କରିଛି ପୋଲିସ । ଶାରିରୀକ ଶୋଷଣ କୁ ଲୁଚାଇବାକୁ ଯାଇ ହୋଇ ଥିଲା ହତ୍ୟାକାଣ୍ଡ ବୋଲି ଜ୍ୟୋତିପ୍ରକାଶ ର ବାପା କହିଥିବା ବେଳେ ଅନ୍ୟପଟେ ତାଙ୍କ ପୁଅ କୁ ପୋଲିସ ମିଛ ରେ ଫସାଇ ଦେଇଛି ବୋଲି ଅଭିଯୁକ୍ତ ମା ବୟାନ ଦେଇଛି ।
ଅଭିଯୁକ୍ତ ବାବୁଲି ପଣ୍ଡାକୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ଗତ ୧୭ ତାରିଖ ନାବାଳକ ଜ୍ୟୋତିପ୍ରକାଶ ଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ। ଧାନ କଟା ଦା”ରେ ଅତି ନିର୍ମମ ଭାବେ ବେକକୁ କାଟି ହତ୍ୟା କରି ଥିଲା ଅଭିଯୁକ୍ତ ଏଥି ପାଇଁ ଅଞ୍ଚଳ ପକ୍ଷରୁ ଏଭଳି କାର୍ଯ୍ୟ କରିଥିବା ଲୋକକୁ ଉଚିତ ଦଣ୍ଡ ମିଳୁ ବୋଲି କହିଛନ୍ତି ଗ୍ରାମବାସୀ ।