ଓଡ଼ିଆ ନ୍ୟୁଜ, ନରସିଂହପୁର : ଥାନା ସାମ୍ନରେ କାନ୍ଦୁଛି ମା, ଆଉ କାନ୍ଦି କାନ୍ଦି ବେହୋସ ହୋଇଯାଉଛି । କୋହ ଭରା କାନ୍ଦରେ ଖୋଜୁଛି ତା ଅଲିଅଳି ଝିଅକୁ । ଆଉ ବାରମ୍ବାର କହୁଛି ଗୋଟେ କଥା ତା ଝିଅକୁ ତା ଶାଶୁଘର ଲୋକ ଷଡଜନ୍ତ୍ର କରି ମାରିଦେଲେ ବୋଲି । ଏଭଳି ଅଭାବନୀୟ ଅଘଟଣା ହୋଇଛି ନରସିଂହପୁର ବାଲିସାହିି ଗ୍ରାମରେ ।
ବଧୂହତ୍ୟା ସିନା ହୋଇଛି ବାଲିସାହି ଗ୍ରାମରେ, କିନ୍ତୁ ଚହଳ ପକାଇଛି ପୁରା ରାଜ୍ୟରେ । ଯୌତୁକ ପ୍ରଥା, ନବବଧୂ ହତ୍ୟା ବହୁ ବିରୋଧ ସ୍ୱତ୍ତେ ବି ଆଜି ବି ଏ ଅଘଟଣା ଘଟୁଛି । ତେବେ ସୂଚନା ମୁତାବକ,ନରସିଂହପୁର ବାଲିସାହି ଗ୍ରାମରେ ବଧୂହତ୍ୟା ଅଭିଯୋଗ । ଘଣ୍ଟପଡା ଗ୍ରାମର ଉକ୍ତ ଯୁବତୀ ପ୍ରେମ ବିବାହ କରିଥିଲେ । କିନ୍ତୁ ପ୍ରେମ ବିବାହ ପଡିଥିଲା ମହଙ୍ଗା । ଆଉ ଶାଶୁଘର ଲୋକ ଦାବି କରିଥିଲେ ଯୌତୁକ । ଯୌତୁକ ଦାବି ସହ ଝିଅକ ମାଡ ମାରିଥିଲେ ।
ତେବେ ଗତ ରାତିରେ ଝିଅକୁ ତଣ୍ଟି ଚିପି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚô ମୃତ ଯୁବତୀଙ୍କ ସ୍ୱାମୀଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।